www.samajalive.in
Saturday, December 6, 2025
26.1 C
Bhubaneswar

ଉଦ୍‌ଘାଟନ ଅପେକ୍ଷାରେ ୯ କୋଟି ବ୍ୟୟରେ ନିର୍ମିତ ଗୋପାଳପୁର ଇକୋ ରିଟ୍ରିଟ ସେଣ୍ଟର

ଗୋପାଳପୁର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଗୋପାଳପୁରଠାରେ ନିର୍ମିତ ହୋଇଥିବା ଇକୋ ରିଟ୍ରିଟ୍ ସେଣ୍ଟର୍ ଏବେ ଉଦଘାଟନ ଅପେକ୍ଷାରେ। ପର୍ଯ୍ୟଟକଙ୍କ ନିମନ୍ତେ ଏହା ବ୍ୟବହାର ହୋଇ ନ ପାରିଥିଲେ ମଧ୍ୟ ନିର୍ମାଣ ଦାୟିତ୍ଵରେ ରହିଥିବା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ଅଘୋଷିତ କଲ୍ୟାଣ ମଣ୍ଡପର ମାନ୍ୟତା ଦେଇ ଦୈନିକ ଲକ୍ଷେ ଟଙ୍କା ଲେଖାଏଁ ଭଡ଼ା ଆଦାୟ କରୁଛନ୍ତି। ୨୦୧୬ ମସିହାରେ ୯ କୋଟି ବ୍ୟୟରେ ଗୋପାଳପୁର ଆଇପିଏସ୍ ଗେଷ୍ଟ ହାଉସ୍ ନିକଟରେ ୪୫ ଏକର ପରିମିତ ଜମିରେ ଇକୋ ରିଟ୍ରିଟ୍ ସେଣ୍ଟର ନିର୍ମାଣ କରାଯାଇଥିଲା। ୨୦୨୦ରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ଆଜି ଯାଏଁ ୩ ବର୍ଷ ପରେ ମଧ୍ୟ ଏହା ଉଦଘାଟନ ନହୋଇ ପଡିରହିଛି। ଯା‌ହା ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଇକୋ ରିଟ୍ରିଟ୍ ନିର୍ମାଣ କରାଯାଇଥିଲା ତାହା ପୂରଣ ହୋଇପାରି ନଥିବା ବେଳେ ଏବେ ଏହା କଲ୍ୟାଣମଣ୍ଡପ ପାଲଟିଯାଇଛି। ଗତ ୨ ବର୍ଷ ହେଲା ହେଲା ଏଠାରେ ବିବାହ ଉତ୍ସବ ସାଙ୍ଗକୁ ଭୋଜିଭାତର ଆୟୋଜନ କରାଯାଉଥିବା ଦେଖିବାକୁ ମିଳୁଛି। ଇକୋ ରିଟ୍ରିଟ୍ ସେଣ୍ଟର୍‌ଟି ଆଇପିଏସ୍ ଗେଷ୍ଟ ହାଉସ୍ ସମେତ ଶ୍ରଦ୍ଧା ସଞ୍ଜିବନୀ ଗୃହ ସମେତ ଅନ୍ୟାନ୍ୟ ବଡ ବଡ ହୋଟେଲ ନିକଟରେ ରହିଥିବାବେଳେ ବିବାହ ଆଦି କାର୍ଯ୍ୟକ୍ରମ ବେଳେ ଡିଜେ ସାଉଣ୍ଡ ଓ ନାଚଗୀତ ଲାଗି ରହୁଥିବା ଯୋଗୁଁ ଏଠାରେ ରହୁଥିବା ପର୍ଯ୍ୟଟକଙ୍କ ମନରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗୋପାଳପୁର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବାରୁ ଏଠାକାର ବେଳାଭୂମିକୁ ପ୍ରତିଦିନ ଶହଶହ ସଂଖ୍ୟାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ପର୍ଯ୍ୟଟକଙ୍କ ରହଣି ପାଇଁ ଗୋପାଳପୁରରେ ଛୋଟ ବଡ଼ ହୋଟେଲ୍ ରହିଛି। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବି କରାଯାଇଛି। ତେବେ ଇଜୋ ରିଟ୍ରିଟ୍ ନିର୍ମାଣ କରାଯାଇ ଏହାକୁ ଲୋକାର୍ପଣ କରାନଯିବା ପଛରେ ପ୍ରକୃତ କାରଣ କ’ଣ ତାହା ଜଣାପଡୁନାହିଁ। ସୂଚନା ଅନୁଯାୟୀ ୨୦୧୬ ମସିହାରେ ଗୋପାଳପୁର ବାଲୁକା ତଟରେ ଏହି ଇକୋ ରିଟ୍ରିଟ୍ ନିର୍ମାଣ କରାଯାଇଥିଲା। ଏହାର ନିର୍ମାଣ କାର୍ୟ୍ୟ ବିଡିଏକୁ ପ୍ରଦାନ କରାଯାଇଥିଲା। ଏଠାରେ ୧୪ଟି ଶୀତତାପ ନିୟନ୍ତ୍ରିତ କଟେଜ୍ ରହିଥିବା ବେଳେ ଶିଶୁ ଉଦ୍ୟାନ, ଘାସବଗିଚା, ଗାଡ଼ି ପାର୍କିଂ ସ୍ଥଳ, ସୁଇମିଂ ପୁଲ୍ ରହିଛି। ଏହାର ମୁଖ୍ୟ ଆକର୍ଷଣ ହେଉଛି କଟେଜଠାରୁ ବେଳାଭୂମିକୁ ଯିବା ପାଇଁ ରହିଥିବା କାଠ ନିର୍ମିତ ପୋଲ ପ୍ରମୁଖ ନିର୍ମାଣ କରାଯାଇଛି। ଏହା ସହ ଏହି ସେଣ୍ଟର ପରିସରରେ ଓଡିଶାର ପ୍ରମୁଖ ହୋଟଲ ଶିଳ୍ପ ସ୍ବସ୍ତି ଗ୍ରୁପ୍ ଅଫ ହୋଟେଲକୁ ମଧ୍ୟ ଜମି ଦିଆ ଯାଇଥିବାବେଳେ ସଂସ୍ଥା ପକ୍ଷରୁ ସେଠାରେ କୌଣସି ନିର୍ମାଣ କାମ ଆରମ୍ଭ ହୋଇ ପାରିନଥିବା ଦେଖିବାକୁ ମିଳିଛି। ସେଣ୍ଟର ସମ୍ମୁଖରେ ରହିଥିବା ପଡ଼ିଆଟି ଅନ୍ଧକାର ରହୁଥିବାରୁ ସନ୍ଧ୍ୟା ହେଲେ ସେଠାରେ ମଦୁଆଙ୍କ ଆଡା ଜମୁଥିବା ଅଭିଯୋଗ ହେଉଛି।

ଇକୋ ରିଟ୍ରିଟ ସେଣ୍ଟର ନିର୍ମାଣ ପରେ ଏହାକୁ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ବିଡିଏ ହସ୍ତାନ୍ତର କରିବା କଥା। କିନ୍ତୁ କ’ଣ ପାଇଁ ଆଜି ଯାଏଁ ଦୀର୍ଘ ୩ ବର୍ଷ ହେଲା ବିଡିଏ ପର୍ଯ୍ୟଟନ ବିଭାଗକୁ ସେଣ୍ଟରକୁ ହସ୍ତାନ୍ତର ନକରି ନିଜ ଅଧିନରେ ରଖିଛୁ ତା‌ହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଗତ ୨ ବର୍ଷ ହେଲା ଲୋକଲ ଫଣ୍ଡ ଅଡିଟ ଟିମ୍ ପକ୍ଷରୁ ବ୍ରହ୍ମପୁର ସ୍ଥିତ ପର୍ଯ୍ୟଟନ କାର୍ଯ୍ୟାଳୟକୁ ଯାଇ ଇକୋ ରିଟ୍ରିଟ ସେଣ୍ଟରର ଅଡିଟ୍ କରିବାକୁ ଯାଇ ଫେରିଥିବା ବେଳେ ଏହା ନେଇ ବିଡିଏକୁ ଅବଗତ କରା ଯାଇଥିଲେ ମଧ୍ୟ ବିଡିଏ କର୍ତ୍ତୃପକ୍ଷ ଏଥିରେ ସହଯୋଗ କରୁ ନଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି କାହିଁକି ଉଦ୍‌ଘାଟନ କରାଯାଉନାହିଁ ତା’କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ପ୍ରଶାସନ ପକ୍ଷରୁ ଏହାନେଇ ପଦକ୍ଷେପ ଗ୍ରହଣ କରିବା ସହ ତୁରନ୍ତ ପର୍ଯ୍ୟଟକଙ୍କ ନିମନ୍ତେ ଏହା ଖୋଲିବାକୁ ଦାବି ହେଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories