www.samajalive.in
Monday, December 15, 2025
16.1 C
Bhubaneswar

ପତି-ପତ୍ନୀଙ୍କ ଅଦ୍ଭୁତ କଳା: ୯ ବର୍ଷର ବାଳକକୁ ରାମଲାଲା ରୂପେ ସଜାଇଲେ, ଛୁଟିଲା ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ଲୋକଙ୍କ ପାଖରେ ଅନେକ କଳା ରହିଛି । ପୂର୍ବରୁ କଳାକାରଙ୍କ କଳା ସହଜରେ ସାମ୍ନାକୁ ଆସିପାରୁନଥିଲା । କିନ୍ତୁ ଆଜିକାଲି ଇଣ୍ଟରନେଟ୍ ଯୁଗରେ ସବୁ କିଛି ସହଜ ହୋଇଯାଇଛି । ସମସ୍ତେ ନିଜ ନିଜ କାରୁକାର୍ଯ୍ୟକୁ ଦୁନିଆ ସାମ୍ନାକୁ ଆଣିପାରୁଛନ୍ତି । ଏମିତି ଏକ ଅଦ୍ଭୁତ କଳାର ଅଧିକାରୀ ପଶ୍ଚିମବଙ୍ଗର ଏକ ପରିବାର । ଏହି ଦମ୍ପତି ଏକ ୯ ବର୍ଷର ଶିଶୁକୁ ରାମଲାଲା ବେଶରେ ସଜାଇଛନ୍ତି । ଏହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।

ପଶ୍ଚିମବଙ୍ଗରେ ରହୁଥିବା ଆଶିଷ କୁଣ୍ଡୁ ଏବଂ ତାଙ୍କ ପତ୍ନୀ ରୁବି କୁଣ୍ଡୁ ଏକ ୯ ବର୍ଷର ବାଳକ ଅବିରଙ୍କୁ ରାମଲାଲା ବେଶରେ ସଜାଇଛନ୍ତି । ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଆଶିଷ କୁହନ୍ତି କି ସେ ରାମଲାଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ସ୍ବପ୍ନ ଦେଖିଥିଲେ । କିନ୍ତୁ କୌଣସି କାରଣରୁ ତାଙ୍କର ଏହି ସ୍ବପ୍ନ ପୂରଣ ହୋଇପାରିନଥିଲା । ତେଣୁ ସେ ଅବିରଙ୍କୁ ମେକଅପ୍ ମାଧ୍ୟମରେ ରାମଲାଲା ବେଶରେ ସଜାଇବାକୁ ଚିନ୍ତା କରିଥିଲେ । ଏଥିପାଇଁ ସେ ଅବିରଙ୍କ ପିତାମାତାଙ୍କୁ ମଧ୍ୟ ବହୁ କଷ୍ଟରେ ରାଜି କରାଇଥିଲେ । ଏଥିପାଇଁ ତାଙ୍କୁ ମାସେ ପରିଶ୍ରମ କରିବାକୁ ପଡିଛି । ସମସ୍ତେ ତାଙ୍କର ଏହି କାରୁକାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories