www.samajalive.in
Saturday, December 6, 2025
26.1 C
Bhubaneswar

ଖିରେଇଟାଙ୍ଗିରି ବଜାର ରାସ୍ତା ମରଣ ଯନ୍ତା

ପାଟଣା : ୪୯ ନଂ ଜାତୀୟ ରାଜପଥ ୪ ଲେନ ହେବା ସତ୍ତ୍ୱେ ଏହାର ନକ୍ସା ସୁବ୍ୟବସ୍ଥିତ ଭାବେ ପ୍ରସ୍ତୁତ କରା ଯାଇନଥିବାରୁ ପାଟଣା ବ୍ଲକ ଅଞ୍ଚଳର ତୁରୁମୁଙ୍ଗା ଓ ଖିରେଇଟାଙ୍ଗିରିରେ ଫ୍ଲାଇ ଓଭର ବ୍ରିଜ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଛନ୍ତି। ବ୍ୟସ୍ତ ବହୁଳ ଖିରେଇଟାଙ୍ଗିରି ବଜାର ଅଞ୍ଚଳ ମଧ୍ୟରେ ଏହି କାରଣରୁ ଏକାଧିକ ବ୍ୟକ୍ତି ଦୁର୍ଘଟଣାରେ ପ୍ରାଣ ହରାଇଲେଣି। ଲୁହାପଥର ପରିବହନ କରୁଥିବା ଟ୍ରକକୁ ଖିରେଇଟାଙ୍ଗିରି ବଜାର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକାଇବା ପାଇଁ ଚିଠା ଦିଆଯାଉଥିବାରୁ ଏହି ଭାରବାହୀ ଟ୍ରକ ଗୁଡିକ ବାମ ପାର୍ଶ୍ୱରୁ ଡାହାଣ ପଟ ତେଲ ଟାଙ୍କିକୁ ଯିବା ଓ ସେଠାରୁ ପୁଣି ଫେରି ମୁଖ୍ୟ ରାସ୍ତାକୁ ଯିବା ବିଶେଷ ସମସ୍ୟା ସୃଷ୍ଟି କରୁଛି। ଏପରିକି ତେଲ ଟାଙ୍କି ଆଗରେ ପାର୍କିଂ ମଧ୍ୟ ଦୁର୍ଘଟଣାର ଏକ କାରଣ ହୋଇଛି। ଯାହା ଫଳରେ ଖିରେଇଟାଙ୍ଗିରି ବଜାର ଅଞ୍ଚଳରେ ପାଦେ ପାଦେ ଜୀବନ ପ୍ରତି ବିପଦ ଲାଗି ରହିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଖିରେଇଟାଙ୍ଗିରିରେ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ନକଲେ ଏହି ସମସ୍ୟା ସବୁଦିନ ଲାଗି ରହିବା ନିଶ୍ଚିତ ଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଖିରେଇଟାଙ୍ଗିରୀରେ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories