www.samajalive.in
Friday, December 5, 2025
20.1 C
Bhubaneswar

ଭାରତ ବିଶ୍ବର ତୃତୀୟ ପ୍ରଦୂଷିତ ରାଷ୍ଟ୍ର: ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ : ବାଂଲାଦେଶ ଓ ପାକିସ୍ତାନ ପରେ ଭାରତ ବିଶ୍ବର ତୃତୀୟ ପ୍ରଦୂଷିତ ରାଷ୍ଟ୍ର ବିବେଚିତ ହୋଇଛି। ସୁଇଜରଲ୍ୟାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୩ରେ ଭାରତର ବାୟୁ ପ୍ରଦୂଷଣ ମାତ୍ରା ବିଶ୍ବରେ ତୃତୀୟ ସର୍ବାଧିକ। ଭାରତର ବାର୍ଷିକ ପାର୍ଟିକ୍ୟୁଲେଟ୍ ମ୍ୟାଟର (ପିଏମ୍) ୨.୫ ହାରାହାରି କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ୫୪.୪ ରହିଥିବାବେଳେ ପାକିସ୍ତାନର ୭୩.୭ କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ଏବଂ ବାଂଲାଦେଶର ୭୯.୯ କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ରହିଛି। ୧୩୪ଟି ଦେଶର ୭୮୧୨ଟି ସ୍ଥାନରେ ଥିବା ୩୦ହଜାର ବାୟୁମାନକ ନିୟନ୍ତ୍ରଣ କକ୍ଷର ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୨୦୨୨ରେ ଭାରତ ପ୍ରଦୂଷିତ ଦେଶ ତାଲିକାର ୮ମ ସ୍ଥାନରେ ରହିଥିଲା। ୨୦୨୨ ମସିହାରେ ଭାରତର ବାର୍ଷିକ ପିଏମ୍ ୨.୫ ହାରାହାରି ୫୩.୩ ଥିଲା। ରିପୋର୍ଟରୁ ଜଣାଯାଉଛି ଯେ ଦେଶରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଭାରତର ଜାତୀୟ ରାଜଧାନୀ ଦିଲ୍ଲୀ ବିଶ୍ବର ସବୁଠାରୁ ପ୍ରଦୂଷିତ ରାଜଧାନୀ। ଏପରିକି ବିଶ୍ବର ସବୁଠାରୁ ୫୦ଟି ପ୍ରଦୂଷିତ ସହର ମଧ୍ୟରୁ ୪୨ଟି ସହର ଭାରତରେ ରହିଛି। ନୂଆଦିଲ୍ଲୀର ପିଏମ୍ ୨.୫ ହାରାହାରି ୯୨.୭ ଥିଲା। ଏହା ପଛକୁ ବେଗୁସରାଇ ୯୦.୩ ରହିଥିଲା। ରିପୋର୍ଟରେ କୁହାଯାଇଛି ଯେ ୧୩୪ଟି ଦେଶ ମଧ୍ୟରୁ ୭ଟି ଦେଶ ଅଷ୍ଟ୍ରେଲିଆ, ଏଷ୍ଟୋନିଆ, ଫିନଲ୍ୟାଣ୍ଡ, ଗ୍ରେନାଡା, ଆଇସଲ୍ୟାଣ୍ଡ, ମରିସସ୍ ଏବଂ ନ୍ୟୁଜିଲ୍ୟାଣ୍ଡ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ପିଏମ୍ ୨.୫ ହାରାହାରି ୫୦.୩ କିମ୍ବା ତା’ଠାରୁ କମ୍। ଗ୍ରୀନପିସ୍ ଇଣ୍ଟରନ୍ୟାସନାଲର ବରିଷ୍ଠ ବାୟୁ ଗୁଣବତ୍ତା ବୈଜ୍ଞାନିକ ଏଡାନ୍ ଫାରୋ କହିଛନ୍ତି ଯେ ଏହି ରିପୋର୍ଟରେ ସ୍ଥାୟୀ ବାୟୁ ପ୍ରଦୂଷଣ ସଙ୍କଟର ଅନ୍ତର୍ଜାତୀୟ ପ୍ରକୃତି ଏବଂ ଅସମାନ ପରିଣାମକୁ ଦର୍ଶାଯାଇଛି। ଅଳ୍ପ ସମ୍ବଳ ଥିବା ସ୍ଥାନରେ ବାୟୁର ଗୁଣବତ୍ତା ଉପରେ ନଜର ରଖିବା, ଧୂଆଁର କାରଣ ପରିଚାଳନା ଏବଂ ଶକ୍ତି ଉତ୍ସ ଭାବରେ ଦହନ ଉପରେ ଆମର ନିର୍ଭରଶୀଳତା ହ୍ରାସ କରିବା ଦରକାର। ଏଥିପାଇଁ ସ୍ଥାନୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରୟାସର ତୁରନ୍ତ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ୨୦୨୩ରେ ବାୟୁ ପ୍ରଦୂଷଣ ଏକ ବିଶ୍ୱ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ହୋଇ ରହିଥିଲା। ଆଇକ୍ୟୁ ଏୟାରର ଏହି ଗ୍ଲୋବାଲ ଡାଟା ସେଟ୍ ଆମ ପାଇଁ ଏକ ଚେତାବନୀ। ଆଗାମୀ ଦିନରେ ଆମକୁ ବାୟୁ ପ୍ରଦୂଷଣ ମାନକୁ ନିୟନ୍ତ୍ରଣ କରିବା ଲାଗି ଆମକୁ ପଦକ୍ଷେପ ନେବାକୁ ହେବ। ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭର୍ଣ୍ଣମେଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦେଶିକା (ଗବେଷଣା ଓ ଆଡଭୋକେସି) ଅନୁମିତା ରାୟ ଚୌଧୁରୀ କହିଛନ୍ତି ଯେ ଏହି ରିପୋର୍ଟରେ ପୁଣି ଥରେ ଦର୍ଶାଯାଇଛି ଯେ ଦ୍ରୁତ ଗତିରେ ମୋଟରକରଣ ଏବଂ ସହରୀକରଣ ହେଉଥିବା ଭାରତୀୟ ସହରଗୁଡ଼ିକରେ ବାୟୁର ଗୁଣବତ୍ତା ଆହ୍ବାନପୂର୍ଣ୍ଣ ରହିଛି। ଏହାକୁ ଠିକ୍ କରିବା ପାଇଁ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ କ୍ଷେତ୍ରରେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ବହୁକ୍ଷେତ୍ରୀୟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories