www.samajalive.in
Sunday, December 7, 2025
16.1 C
Bhubaneswar

୫୦ ବର୍ଷ ପରେ ଏହି ଦିନ ସବୁଠାରୁ ବଡ ସୂର୍ଯ୍ୟପରାଗ : କେଉଁ ରାଶି ପାଇଁ କେତେ ଶୁଭ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗର କିଛି ସ୍ୱତନ୍ତ୍ର କାରଣରୁ ଖାସ୍‌‌ ହେବାକୁ ଯାଉଛି। ପଞ୍ଜିକା ଅନୁଯାୟୀ, ଏହି ପରାଗ ଚୈତ ମାସର ଅମାବାସ୍ୟା ଦିନ ହେବାକୁ ଯାଉଛି। ଏହା ଏକ ଖାସ୍‌‌ ସୂର୍ଯ୍ୟ ପରାଗ। ଏହି ପରାଗ ସେହି ସମୟରେ ହୋଇଥାଏ ଯେତେବେଳେ ଚନ୍ଦ୍ରମା, ସୂର୍ଯ୍ୟ ଓ ପୃଥିବୀ ଏପରି ଭାବେ ରହିଥାଆନ୍ତି ଯେଉଁ ସମୟରେ ସୂର୍ଯ୍ୟଙ୍କ ରଶ୍ମି ସମ୍ପୂର୍ଣ୍ଣ ଭାବେ ପୃଥିବୀ ପୃଷ୍ଠକୁ ନ ଆସି ଅଟକି ଯାଇଥାଏ। ଫଳରେ ଚାରିଆଡେ ଅନ୍ଧାର ଭଳି ଅନୁୁଭବ ହୋଇଥାଏ। ରିପୋର୍ଟ ଅନୁଯାୟୀ ଏପ୍ରିଲ ୮ରେ ୭ଟା୦୫ ମିନିଟ୍‌‌ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଯିବେ ନାହିଁ। କୁହାଯାଉଛି ଏଭଳି ପରାଗ ୫୦ ବର୍ଷ ପରେ ହେବାକୁ ଯାଉଛି। ଜାଣନ୍ତୁ..

ଏକ ରିପୋର୍ଟ ଅନୁଯାୟୀ, ୫୦ ବର୍ଷ ପରେ ଏହି ସୂର୍ଯ୍ୟ ପରାଗ ହେବାକୁ ଥିବା ବେଳେ ଏହି ସମୟରେ ଚନ୍ଦ୍ରମା, ସୂର୍ଯ୍ୟଙ୍କୁ ଆଚ୍ଛାଦିତ କରିବା ସହ ଫଳରେ ଦିନରେ ଅନ୍ଧାର ଭଳି ଅନୁଭବ ହେବ।ପରାଗ ଦିନ ପୃଥିବୀ ଓ ଚନ୍ଦ୍ରମାଙ୍କର ସୂର୍ଯ୍ୟ ଠାରୁ ଦୂରତା ପ୍ରାୟ ୧୫ କୋଟି କିଲୋମିଟର ହେବ। ଯେଉଁ କାରଣରୁ ୭.୫ ମିନିଟ୍‌‌ ପର୍ଯ୍ୟନ୍ତ  ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଏହା ଏକ ଦୁର୍ଲ୍ଲଭ ଘଟଣା। ଯାହା ଅନେକ ବର୍ଷ ପରେ ଦେଖିବାକୁ ମିଳିବ। ସୂଚନାନୁଯାୟୀ, ଏହା ପୂର୍ବରୁ ଏତେ ବଡ ସୂର୍ଯ୍ୟ ପରାଗ ୧୯୭୩ରେ ଆଫ୍ରିକା ମହାଦ୍ୱୀପରେ ଦେଖିବାକୁ ମିଳିଥିଲା।

- Advertisement -

ମିଳିଥିବା ତଥ୍ୟ ଅନୁଯାୟୀ, ପୂର୍ଣ୍ଣ ସୂର୍ଯ୍ୟପରାଗ ଦକ୍ଷିଣ ପ୍ରଶାନ୍ତ ମହାସାଗର, ଉତ୍ତର ଆମେରିକା, ମେକି୍ସକୋ ଓ କାନାଡାରେ ଦେଖାଦେବ। ଏହାସହ କ୍ୟୁବା, ଡେମିନିକା, ପୋଲିନେଶିୟା, କୋଷ୍ଟା ରିକା ଆଦି ଦେଶରେ ଆଂଶିକ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ମାତ୍ର ଭାରତରେ ଏହି ସୂର୍ଯ୍ୟପରାଗ ଦେଖାଯିବ ନାହିଁ। କାରଣ ସେହି ସମୟରେ ଭାରତରେ ରାତି ହୋଇଥିବ।

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତୀୟ ସମୟାନୁସାରେ ଏପ୍ରିଲ ୮ ରାତି ୯ଟା୧୨ ମିନିଟ୍‌‌ରୁ ବିଳମ୍ବିତ ରାତି ୨ଟା ୨୨ ମିନିଟ୍‌‌ ପର୍ଯ୍ୟନ୍ତ ରହିବ। ଏହି ପରାଗ ଚୈତ୍ର ମାସର ଅମାବାସ୍ୟାରେ ହେବାକୁ ଯାଉଛି।

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ମେଷ, ମିଥୁନ, ସିଂହ, କନ୍ୟା ଓ ଧନୁ ରାଶି ପାଇଁ ବେଶ ଲାଭଦାୟକ। ଏହି ରାଶିର ଲୋକଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଅତ୍ୟନ୍ତ ଉତ୍ତମ ରହିବ। ମନପସନ୍ଦର ଚାକିରି ମିଳିବ। ନୂତନ ଘର ଓ ଓ ଯାନ କିଣିବାର ସମ୍ଭାବନା ରହିଛି। ଶତ୍ରୁ ପରାସ୍ତ ହେବେ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories