www.samajalive.in
Sunday, December 14, 2025
14.1 C
Bhubaneswar

ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ

କଣ୍ଟାବାଞ୍ଜି:  ତୁରକେଲା ବ୍ଲକ ଝରନି ପଞ୍ଚାୟତ ର ରାଉତମୁଣ୍ଡା ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ଚୌବନ କିଶୋର ମାଝୀଙ୍କ ସଭାପତିତ୍ବ ରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭ ରୁ ବୁଢ଼ା ଦେଓ, ଜଂଘା ଦେଓ, ଲିଙ୍ଗା ଦେଓ, ଶବରୀ ନାରାୟଣ, ଜାଡେନ, ବିନ୍ଧ୍ୟବାସିନୀ,ଙ୍କୁ ପୂଜାର୍ଚନା କରି ରାମୋଡ଼ ଗାଁ ରେ ଆଦିବାସୀ ଙ୍କ ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସଭାରେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଦିବାସୀ ସମ୍ପ୍ରଦାୟ ବର୍ତ୍ତମାନ ସମୟରେ ଶସକ୍ତିକରଣ ହେବାର ସମୟ ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ସୁଯୋଗ ସୃଷ୍ଟି ହୋଇଛି।
ଆଦିବାସୀ କଳା ସଂସ୍କୃତି ର ସୁରକ୍ଷା, ବିଲୁପ୍ତପ୍ରାୟ ନୃତ୍ୟ, ଗୀତ,ସଙ୍ଗୀତ,ବାଦ୍ୟ, କ୍ରୀଡା କସରତ, ଜଡିବୁଟି ଔଷଧ ସେବା, ଭାଷା, ଧର୍ମକୁ ପୁନଃଉଦ୍ଧାର ଏବଂ ସଂରକ୍ଷଣ କରିବାକୁ ରାଜ୍ୟସଭା ସାଂସଦ ଶ୍ରୀବିଶି ଉଦବୋଧନ ଦେଇଥିଲେ। ଜମି, ଜଳ, ଜଙ୍ଗଲ, ଜୀବଜନ୍ତୁ, ଆଦିବାସୀଙ୍କ ଜୀବନ ଜୀବିକା ସଂରକ୍ଷଣର ଉତ୍ସ, ଏସବୁର ସୁରକ୍ଷା ପାଇଁ ପୂର୍ବଜ ଆଦିବାସୀ ନେତା ବିର୍ସା ମୁଣ୍ଡା, ରେଣ୍ଡୋ ମାଝୀ, ଲଖ୍ମଣ ନାୟକ, ମାଧ ସିଂ, କୁଞ୍ଜଳ ସିଂ, ସୁରେନ୍ଦ୍ର ସାଏ ତାନ୍ତିଆ ଭୀଲ, ସିଧୁ କାନୁ ଭଳି ଲକ୍ଷ ଲକ୍ଷ ଆଦିବାସୀ ସହିଦ ହୋଇଛନ୍ତି। ତେଣୁ ସମସ୍ତ ଆଦିବାସୀ ଏକଜୁଟ ହୋଇ ପୂର୍ବଜଙ୍କ ଅଧୁରା ସପ୍ନକୁ ସାକାର କରିବାକୁ ପଡିବ ବୋଲି ଆଦିବାସୀ ସଂକଳ୍ପ କରିଥିଲେ।
ସମ୍ମାନିତ ଅତିଥି ଭାବେ ତୁରକେଲା ବ୍ଲକ ସଭାପତି ଚଉବନ ମାଝୀ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନୋରଞ୍ଜନ ଭୋଇ, ଲଳିତ ଯାନୀ, ଚକ୍ର ଯାନୀ, ନରୋତ୍ତମ ମାଝୀ, ସୁରୁ ଝାଙ୍କର, ଗିରିଧାରୀ ଭୋଇ,ଶ୍ରୀମତୀ ଖେଳନ୍ତି ସମରଥ, ଅମର ସିଂ ମାଝୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ. ସଭାରେ ଅଞ୍ଚଳର ଶତାଧିକ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories