www.samajalive.in
Saturday, December 6, 2025
26.1 C
Bhubaneswar

ବିଭାଜନ ଆଶଙ୍କାରେ ବିହାରର ଆଉ ଏକ ଦଳ

ପାଟ୍‍ନା: ବିହାରରେ ଅପରାଧ ଓ ରାଜନୈତିକ ଅସ୍ଥିରତା ଚିରାଚରିତ ହୋଇଯାଇଛି। ଆସନ୍ତା ସାଧାରଣ ନିର୍ବାଚନରେ ଆସନ ବୁଝାମଣାରେ ଅସନ୍ତୁଷ୍ଟ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆରଏଲ୍‍ଏସ୍‍ପି) ନେତା ଉପେନ୍ଦ୍ର ଖୁସ୍‍ୱା ଏନ୍‍ଡିଏ ତ୍ୟାଗ କରିଥିବା ବେଳେ ଆଜି ତାଙ୍କ ଦଳର ତିନି ଜଣ ବିଧାୟକ ଖୁସ୍‍ୱାଙ୍କ ନିଷ୍ପତ୍ତିର ବିରୋଧ କରି ଏନ୍‍ଡିଏ ସହିତ ଥିବା ଘୋଷଣା କରିଛନ୍ତି। ଉକ୍ତ ତିନି ଅସନ୍ତୁଷ୍ଟ ବିଧାୟକ ହେଲେ ବିଧାୟକ ସୁଧାଂଶୁ ଶେଖର, ଲାଲନ୍‍ ପାଶ୍ୱାନ୍‍ ଓ ବିଧାନ ପରିଷଦ ସଦସ୍ୟ ସଞ୍ଜିବ ଶ୍ୟାମ। ଏହି ଘଟଣା ପରେ ଆରଏଲ୍‍ଏସ୍‍ପିରେ ବିଭାଜନ ନିଶ୍ଚିତ ବୋଲି କୁହାଯାଉଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ତିନି ନେତା କହିଛନ୍ତି ଯେ ଆମ ପଛରେ ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ରହିଛି। ତେଣୁ ଆମେ ହିଁ ଦଳକୁ ଉପଯୁକ୍ତ ପ୍ରତିନିଧିତ୍ୱ କରୁଛୁ। ଏ ସର୍ମ୍ପକରେ ନିର୍ବାଚନ କମିଶନ୍‍ଙ୍କୁ ସୂଚିତ କରାଯିବ। ଖୁସ୍‍ୱା ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏନ୍‍ଡିଏ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଅସନ୍ତୁଷ୍ଟ ବିଧାୟକମାନେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ଶେଖର ପ୍ରଥମ ଥର ନିର୍ବାଚନରେ ଜିତିଥିବା ସର୍ବକନିଷ୍ଠ ସଦସ୍ୟ। ତାଙ୍କୁ ମନ୍ତ୍ରୀ ପଦ ମିଳିବା ଉଚିତ। କିନ୍ତୁ ଏ ସମ୍ପର୍କରେ ଖୁସ୍‍ୱା କେବେ ଗୁରୁତ୍ୱ ଦେଇନାହାନ୍ତି। ତାଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ସେ ସନ୍ତୁଷ୍ଟ ଅଛନ୍ତି। ତାଙ୍କ ଦଳର ଅନ୍ୟ କେହି ମନ୍ତ୍ରୀ ପଦ ପାଆନ୍ତୁ ତାହା ସେ ଚାହୁଁନାହାନ୍ତି।
୨୦୧୪ ସାଧାରଣ ନିର୍ବାଚନରେ ଏନ୍‍ଡିଏ ସହଯୋଗୀ ଆରଏଲ୍‍ଏସ୍‍ପିର ତିନିଜଣ ସାଂସଦ ଓ ୨୦୧୫ ବିହାର ବିଧାନସଭା ନିର୍ବାଚନରେ ଦୁଇ ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ଜଣେ ବିଧାନପରିଷଦ ପାଇଁ ମନୋନୀତ ହୋଇଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories