www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରତି ୨ ବର୍ଷରେ ଜୁନିୟର ହକି ବିଶ୍ୱକପ

ଭୁବନେଶ୍ୱର : ଜୁନିୟର ୧୯ ବର୍ଷରୁ କମ୍‍ ହକି ବିଶ୍ୱକପ ପ୍ରତିଯୋଗିତା ଏଣିକି ପ୍ରତି ଦୁଇ ବର୍ଷରେ ଥରେ ଖେଳାଯିବ। ହକିକୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ହକି -୫ ଏ ସାଇଡ୍‍ ହକି ପ୍ରତିଯୋଗିତା ଆୟୋଜନ କରିବା ନେଇ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‍) ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶନିବାର ଏଫଆଇଏଚ୍‍ର ନୂତନ ଯୋଜନା ସମ୍ପର୍କିତ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଫଆଇଏଚ୍‍ ସିଇଓ ଥିଏରୀ ୱେଲ୍ସ ସୂଚନା ଦେଇ କହିଥିଲେ ଜୁନିୟର ୧୯ ବର୍ଷରୁ କମ୍‍ ହକି ବିଶ୍ୱକପ ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେବ। ସିନିୟର ବିଶ୍ୱକପ ପୂର୍ବଭଳି ୪ ବର୍ଷରେ ଥରେ ଖେଳାଯିବାବେଳେ ଅଧିକରୁ ଅଧିକ ଦଳକୁ ସାମିଲ କରିବା ନେଇ ପଦକ୍ଷେପ ଗ୍ରହଣ କରାଯିବ। ଏଫଆଇଏଚ୍‍ ହକି -୫ ଅନ୍ତର୍ଜାତୀୟ ପ୍ରତିଯୋଗିତା ଓ ଲିଗ୍‍ ଆୟୋଜନ କରାଯିବ। ଏହାର ପ୍ରଭାବ ହକି -୧୧ ଉପରେ କୌଣସି ପକାଇବ ନାହିଁ ବୋଲି ୱେଲ୍ସ ସୂଚନା ଦେଇଥିଲେ। ପୁରୁଷ ହକି ବିଶ୍ୱକପ ଆସନ୍ତା ୨୦୨୨ ଜୁଲାଇରେ ହେବାର ସମ୍ଭାବନା ରହିଛି। ଏଥିପାଇଁ ଅନେକ ଦେଶ ମଧ୍ୟ ଆବେଦନ କରିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଚଳିତ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ସଫଳ ଆୟୋଜିତ ହୋଇଛି। ଏହା ଶ୍ରେଷ୍ଠ ଆୟୋଜନ କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଏପରି ସହଯୋଗ, ପ୍ରସ୍ତୁତି ଓ ଭୁବନେଶ୍ୱର ଦର୍ଶକଙ୍କ ଉତ୍ସାହ ହକିକୁ ଅଧିକ ଲୋକପ୍ରିୟତା କରିବ। ଏଥିପାଇଁ ଏଫଆଇଏଚ୍‍ ସିଇଓ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ହକି ବିଶ୍ୱକପରେ ଭାରତ ପ୍ରଶିକ୍ଷକ ହରେନ୍ଦ୍ର ସିଂଙ୍କ ଖରାପ ଅମ୍ପାୟାରିଂ ଅଭିଯୋକୁ ନେଇ ଏଫଆଇଏଚ୍‍ ସିଇଓ ୱେଲ କହିଥିଲେ ପଡ଼ିଆ ଅମ୍ପାୟାରଙ୍କ ତ୍ରୁଟି ସୁଧାରିବା ପାଇଁ ଭିଡ଼ିଓ ଅମ୍ପାୟାର ରହିଛନ୍ତି। ତ୍ରୁଟିପୂର୍ଣ୍ଣ ଅମ୍ପାୟାରିଂ ନେଇ ସେଭଳି କୌଣସି ଘଟଣା ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ ବୋଲି କହିଥିଲେ। ସେହିପରି ଏଫଆଇଏଚ୍‍ ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରା ମଧ୍ୟ ହକି ବିଶ୍ୱକପର ସଫଳ ଆୟୋଜନ ନେଇ ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ। ହକି ବିଶ୍ୱକପରେ ପ୍ରଥମ ଥର ପାଇଁ ୧୯୪ଟି ଦେଶରେ ପ୍ରସାରଣ ହେଉଥିବାବେଳେ ୧ କୋଟି ୫୦ ଲକ୍ଷରୁ ଅଧିକ ଦର୍ଶକ ପ୍ରସାରଣ ଦେଖିବାରେ ରେକର୍ଡ କରିଛି। ହକି ବିଶ୍ୱକପର ପ୍ରଥମ ଥର ପାଇଁ ଉଦ୍‍ଘାଟନୀ ଉତ୍ସବ ଆଉ ଏକ ସଫଳତା। କଳିଙ୍ଗ ଷ୍ଟାଡ଼ିୟମର ସୁନ୍ଦର ପ୍ରସ୍ତୁତି, ଦର୍ଶକ ଉତ୍ସାହ ଶ୍ରେଷ୍ଠ ଆୟୋଜନରେ ପରିଣତ କରିପାରିଛି ବୋଲି ବାତ୍ରା କହିଥିଲେ। ଚଳିତ ହକି ବିଶ୍ୱକପ ରାଜସ୍ୱ କ୍ଷେତ୍ରରେ ସଫଳତା ହାସଲ କରିଛି। ଏଫଆଇଏଚ୍‍ ହକିର ବିକାଶ ଲାଗି ରାଜସ୍ୱ ଲାଭକୁ ବ୍ୟୟ କରୁଛି ବୋଲି ଏଫଆଇଏଚ୍‍ ସଭାପତି ବାତ୍ରା ସୂଚନା ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories