www.samajalive.in
Saturday, December 13, 2025
26.1 C
Bhubaneswar

ବାରିଗାଁରେ ଘର ଭାଙ୍ଗିଲା ହାତୀ

ପାଟଣା : ସଦର ବ୍ଲକ କାଠବାରୀ ପଞ୍ଚାୟତ ବାରିଗାଁ ଗ୍ରାମରେ ବିଳମ୍ବିତ ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ମିଳିଛି। ଗ୍ରାମରେ ଏକ ଦନ୍ତା ହାତୀ ପଶି ଗୋଟିଏ ଘର ଭାଙ୍ଗି ଦେଇଛି । ବାରିଗାଁ ଗ୍ରାମର ଭଗବାନ ପଲେଇଙ୍କ ଘର କାନ୍ଥ ଭାଙ୍ଗି ଭିତରେ ରଖାଯାଇ ଥିବା ଧାନ ବସ୍ତାରୁ ଧାନ ଖାଇବା ସହ ଘରର ଆସବାପତ୍ର ଫିଙ୍ଗା ଫୋପୋଡା କରି ନଷ୍ଟ କରିଛି ଦନ୍ତା । ତେବେ ପରିବାର ଲୋକେ ଅନ୍ୟ ଘରେ ରହୁଥିବାରୁ ଅଳ୍ପକେ ହାତୀ ଦାଉରୁ ରକ୍ଷା ପାଇଛନ୍ତି। ବନ ବିଭାଗ ଘଟଣାର ତଦନ୍ତ କରି କ୍ଷତିଗ୍ରସ୍ଥଙ୍କୁ ବନ ଆଇନ ଅନୁଯାୟୀ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories