www.samajalive.in
Sunday, December 14, 2025
14.1 C
Bhubaneswar

ବିଦ୍ୟୁତ ଟ୍ରାନ୍ସଫର୍ମରରୁ କଏଲ ଓ ତେଲ ଚୋରି ଅଭିଯୋଗ

ପାଣିକୋଇଲି : ପାଣିକୋଇଲି ଠାରେ ନିର୍ମାଣାଧିନ ଟ୍ରମା କେୟାରର(ଆପାତକାଳୀନ ଚିକିତ୍ସାକେନ୍ଦ୍ର) ପରିଚାଳନା ନିମନ୍ତେ ଅବସ୍ଥାପିତ ହୋଇଥିବା ଦୁଇଟି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରୁ କେହି ଦୁର୍ବୃତ୍ତ କଏଲ ଓ ତେଲ ଚୋରି କରି ନେଇଥିବାର ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ପାଣିକୋଇଲି ଥାନା ଠାରୁ ଅନତି ଦୂରରେ ଏକ ଟ୍ରମା କେୟାର ସେଣ୍ଟରର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ଟ୍ରମା କେୟାର ସେଣ୍ଟରକୁ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ଦୁଇଟି ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର (୩୩ କେଭି/୪୪୦ ଭୋଲ୍ଟ, ୭୫୦ କେଭିଏ) ଅବସ୍ଥାପିତ ହୋଇଛି। ତେବେ ଉକ୍ତ ଟ୍ରାନ୍ସଫର୍ମରକୁ ବିଦ୍ୟୁତ୍‌ ଯୋଗାଣ ହୋଇନଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଉକ୍ତ ଦୁଇ ଟ୍ରାନ୍ସଫର୍ମର କଏଲ ଓ ତେଲକୁ ଚୋରି କରି ନେଇଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ। ଏ ନେଇ ବିଦ୍ୟୁତ୍‌ କାର୍ଯ୍ୟ ନିମନ୍ତେ ଠିକା ନେଇଥିବା ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଆଦ୍ୟାଉର୍ଗୀ କନଷ୍ଟ୍ରକ୍ସନ କମ୍ପାନୀର ପରିଚାଳକ ଦୀପ୍ତି ରଞ୍ଜନ ନନ୍ଦ ପାଣିକୋଇଲି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories