www.samajalive.in
Saturday, December 6, 2025
26.1 C
Bhubaneswar

ଦାବି ପୂରଣ ପାଇଁ ସାମ୍ବାଦିକ ପିନ୍ଧିଲେ କଳାବ୍ୟାଜ୍‌

ବୌଦ୍ଧ : ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କ ପାଇଁ କିଛିନା କିଛି ସୁବିଧା ସୁଯୋଗ ଘୋଷଣା କରିଥିବାବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିରାଶ କରିଛନ୍ତି। କିଛିଦିନ ତଳେ ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବିଧାନସଭା ଘେରାଉ କରାଯାଇଥିଲା। ଆଲୋଚନା ପରେ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ସାମ୍ବାଦିକଙ୍କ ଆଶା ମଉଳିବାରେ ଲାଗିଛି। ତେଣୁ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପୁଣିଥରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ପ୍ରତ୍ୟେକ ଜିଲା ଓ ବ୍ଲକସ୍ତରରେ ସାମ୍ବାଦିକମାନେ କଳାବ୍ୟାଜ୍ ପରିଧାନ କରି ପ୍ରତୀକାତ୍ମକ ଆନ୍ଦୋଳନ କରିବା ସହିତ ନିଜର ଦାୟିତ୍ୱ ନିର୍ବାହ କରିବାକୁ ସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ସଂଘ ପକ୍ଷରୁ ବୟସ୍କ ସାମ୍ବାଦିକଙ୍କ ପାଇଁ ମାସିକ ୧୫ ହଜାର ଟଙ୍କା ପେନଶନ ବ୍ୟବସ୍ଥା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପ୍ରଚଳିତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତା ମାତା ଓ ୨୫ବର୍ଷରୁ ଊର୍ଦ୍ଧ୍ବ ସନ୍ତାନମାନଙ୍କୁ ସାମିଲ, ଅଧିସ୍ୱୀକୃତି କମିଟି ପୁନର୍ଗଠନ ଓ ବ୍ଲକଠାରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ମିଡିଆ ଏକାଡେମୀ ଗଠନ ଓ ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ବଦିକଙ୍କ ପ୍ରବେଶାଧିକାର ଦାବି କରାଯାଇଛି। ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ସାମ୍ବାଦିକମାନଙ୍କ ଦାବିପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନନେଲେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଚରମ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସଭାପତି ବିଭୁତିଭୂଷଣ କର ପ୍ରକାଶ କରିଛନ୍ତି। ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ ବୌଦ୍ଧ ଜିଲା ସାମ୍ବାଦିକ ସଂଘ ଏହି ରାଜ୍ୟବ୍ୟାପୀ ଆନ୍ଦୋଳନରେ ସାମିଲ ହେବା ସହିତ ସଂଘର ସଦସ୍ୟମାନେ ସଭାପତି ଶଶାଙ୍କ ଶେଖର ମିଶ୍ରଙ୍କ ନେତୃତ୍ୱରେ କଳାବ୍ୟାଜ୍‌ ପରିଧାନ କରି ସଂଘ କାର୍ଯ୍ୟାଳୟଠାରେ ପ୍ରତୀକାତ୍ମକ ଆନ୍ଦୋଳନ ଘୋଷଣା କରିଥିଲେ। ଏହି ଅବସରରେ ସଂଘର ସଂପାଦକ ରବୀନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ରାଉତ, ସଂପଦ କୁମାର ଅଗ୍ରୱାଲା, ଦେବାଶିଷ ପୁରୋହିତ, ପ୍ରମୋଦ କୁମାର ବାଘ, ରତ୍ନାକର ବେହେରା, ଅଲେକିକା ପୃଷ୍ଟି, କୃଷ୍ଣଗୋପାଳ ମେହେର, ଧବଳେଶ୍ୱର ମହାପାତ୍ର, ସଜ୍ଜନ କୁମାର ଅଗ୍ରୱାଲା ଓ ନିଶିତ୍‌‌ କୁମାର ପୃଷ୍ଟି ପ୍ରମୁଖ ସାମିଲ ହୋଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories