www.samajalive.in
Sunday, December 7, 2025
26.1 C
Bhubaneswar

ଯୁବପିଢ଼ି ଗାନ୍ଧୀଙ୍କ ଭଳି ସ୍ବପ୍ନ ଦେଖିବାର ଆବଶ୍ୟକତା ରହିଛି

ଡେସ୍କ:  ଅହିଂସା ବିଚାର ଫାଉଣ୍ଡେସନ ଟ୍ରଷ୍ଟ ଓ ଜାତୀୟ ଯୁବ ପ୍ରକଳ୍ପ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶାନ୍ତି ଓ ସଦଭାବନା ଯୁବ ଶିବିର ଆଜି ଶେଷ ହୋଇଛି। ଆଜି ଏହି ଶିବିରର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଥିଲେ। ସେହିଭଳି ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ବିଶ୍ୱାସ ଗ୍ରୁପ ଅଧ୍ୟକ୍ଷ ପ୍ରଜ୍ଞାନ ରଞ୍ଜନ ଘଡେଇ, ବିଶ୍ୱାସ କଲେଜ୍ ଅଫ୍ ନର୍ସିଂର ଅଧ୍ୟକ୍ଷା ସତ୍ୟଭାମା ମିଶ୍ର, ସୋଚ୍ ଅନୁଷ୍ଠାନ ନିର୍ଦ୍ଦେଶକ ମନୋଜ କୁମାର ସ୍ବାଇଁ ଓ ଜାତୀୟ ଯୁବ ପ୍ରକଳ୍ପର ଜାତୀୟ ଟ୍ରଷ୍ଟି ମଧୁସୂଦନ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଏହି ଶିବିରରେ ସାମିଲ ହୋଇଥିବା ସମସ୍ତ ଅତିଥିଙ୍କୁ ଗାନ୍ଧୀ ବିଚାର ସୂଚକ ଖଦିମାଳ ସହ ଚାରା ପ୍ରଦାନ କରି ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଶେଷରେ ଶତାଧିକ ଶିବିରାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ସୂଚନା ଅନୁଯାୟୀ, ଅହିଂସା ବିଚାର ଫାଉଣ୍ଡେସନ ଓ ଜାତୀୟ ଯୁବ ପ୍ରକଳ୍ପର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଶାନ୍ତି ଓ ସଦଭାବନା ଶିବିର ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ୧୩ ମାର୍ଚ୍ଚରେ ସମାପ୍ତ ହୋଇଛି। ରାଜ୍ୟର ପ୍ରାୟ ୧୬ ଜିଲ୍ଲାରୁ ଶତାଧିକ ଶିବିରାର୍ଥୀ ଏହି ଶିବିରରେ ସାମିଲ ହୋଇଥିଲେ। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଆଦର୍ଶ ବିଚାରଧାରା ମୋତେ ଏହି ଜାଗାକୁ ଟାଣି ଆଣିଛି। ଆଜିର ଯୁବପିଢ଼ି ଗାନ୍ଧୀଙ୍କ ଭଳି ସ୍ବପ୍ନ ଦେଖିବାର ଆବଶ୍ୟକତା ରହିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories