ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସୈନୀ ଜିତିଲେ ବିଶ୍ବାସ ମତ
ନୂଆଦିଲ୍ଲୀ : ବୁଧବାର ବିଧାନସଭାରେ ବିଶ୍ବାସ ମତ ଜିତିଛନ୍ତି ନାୟବ ସିଂହ ସୈନୀ । ହରିୟାଣା ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୪୬ ବିଧାୟକଙ୍କ ସମର୍ଥନ ଲୋଡା ଥିବାବେଳେ ବିଜେପିକୁ ୪୮ ବିଧାୟକଙ୍କ ସମର୍ଥନ ମିଳିଛି। ଏଥିମଧ୍ୟରୁ ବିଜେପିର ୪୧ ଜଣ ବିଧାୟକ ଥିବାବେଳେ ୬ ଜଣ ସ୍ୱାଧୀନ ବିଧାୟକ ଓ ହରିୟାଣାର ଲୋକହିତ ପାର୍ଟିର ଏକମାତ୍ର ବିଧାୟକ ଗୋପାଳଙ୍କ ସମର୍ଥନ ମିଳିଛି।
କହିରଖୁଛୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ଖାଲି ଥିବା କରନାଲ ସିଟରୁ ଏବେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଉପନିର୍ବାଚନ ଲଢିବେ । ଅନ୍ୟପଟେ ନାୟବ ସୈନୀଙ୍କ ବିରୁଦ୍ଧରେ ଆଇନଜୀବୀ ଜଗମୋହନ ଭଟ୍ଟୀ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି । ସେ କହିଛନ୍ତି କି ବିା ସାଂସଦ ପଦ ଛାଡି ସେ ମୁଖ୍ୟମନ୍ତ୍ରୀ ହୋଇପାରିବେନି ।
Comments are closed.