ବିକଶିତ ଭାରତରେ ଡିଜିଟାଲ ଶିକ୍ଷାର ଭୂମିକା ଉପରେ ଜାତୀୟ ଆଲୋଚନାଚକ୍ର
ଡେସ୍କ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ୟୁଜିସିର ଏକ ଆନ୍ତଃ ବିଶ୍ୱବିଦ୍ୟାଳୟ କେନ୍ଦ୍ର କନ୍ସୋର୍ଟିୟମ୍ ଫର୍ ଏଜୁକେଶନାଲ କମ୍ୟୁନିକେସନ୍ (ସିଇସି) ନୂଆଦିଲ୍ଲୀର ମିଳିତ ଆନୁକୂଲ୍ୟରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ‘Transforming India: The Significance of Digital Education in Accomplishing ‘Viksit Bharat @2047’ ଶୀର୍ଷକ ତିନି ଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଜିୟୁର କୁଳପତି ପ୍ରଫେସର ପିପି ମାଥୁର ଓ ରେଜିଷ୍ଟ୍ରାର ଡ. ବିକେ ଦାସଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ସିଇସି ନିର୍ଦ୍ଦେଶକ ପ୍ରଫେସର ଜେ.ବି.ନଡ୍ଡା ଯୋଗଦେଇ ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ। ଏହି ଆଲୋଚନାଚକ୍ରରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧିମାନେ ଯୋଗ ଦେଇ ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ଡିଜିଟାଲ ଶିକ୍ଷାର ଭୂମିକା ଉପରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ।
Comments are closed.