www.samajalive.in
Saturday, December 13, 2025
26.1 C
Bhubaneswar

ଜଣ୍ଡିସ୍‍ କ’ଣ? କ’ଣ ଖାଇବେ ଓ କ’ଣ ନାହିଁ ଧ୍ୟାନ ଦିଅନ୍ତୁ

ସମାଜ ଡିଜିଟାଲ ଡେସ୍କ: ଜଣ୍ଡିସ୍‍ ହେଉଛି ଏକ ଏଭଳି ରୋଗ ଯେଉଁଥିରେ ଆଖିର ଚର୍ମ ଧଳା ରଙ୍ଗରୁ ହଳଦିଆ ହୋଇଯାଏ । ଯେତେବେଳେ ଲାଲ ରକ୍ତ କଣିକା ଭାଙ୍ଗିବା ଆରମ୍ଭ କରେ ସେତେବେଳେ ରକ୍ତରେ ବିଲିରୁବିନର ସ୍ତର ବଡିଯାଏ । ଜଣ୍ଡିସ୍‍ ହେବା ମାତ୍ରେ ଖାଦ୍ୟ ପାନୀୟରେ ବିଶେଷ ଯତ୍ନ ନେବା ଆବଶ୍ୟକ । ଜଣ୍ଡିସ୍‍ ହେଉଛି ଏପରି ଏକ ରୋଗ ଯାହା ଯକୃତରେ ପରିବର୍ତ୍ତନ ଏବଂ ରକ୍ତରେ ବିଲିରୁବିନର ସ୍ତରକୁ ବଡାଇଥାଏ । ଏହି କାରଣରୁ ଚର୍ମ ଏବଂ ଆଭ୍ୟନ୍ତରୀଣ ଅଙ୍ଗ ହଳଦିଆ ପଡିଯାଏ ।
ଜଣ୍ଡିସ୍‍ ର କେତେକ ସାଧାରଣ ଲକ୍ଷଣ ରହିଛି । ସେଥିମଧ୍ୟରୁ ଚର୍ମ ଆଭ୍ୟନ୍ତରୀଣ ଅଙ୍ଗ ହଳଦିଆ ପଡିବା, ପେଟ ଯନ୍ତ୍ରଣା, ପେଟ ଖରାପ, ବାନ୍ତି, କାଶ, ଥକାପଣ, ପେଟ ଫୁଲିବା । ଭାଇରସ୍‍ ସଂକ୍ରମଣ, ଯକୃତ ରୋଗ, ଗଳା ଦରଜ ହେବା, ମଦ୍ୟପାନ କିମ୍ବା ଅନ୍ୟାନ୍ୟ ଜୀବାଣୁ ସଂକ୍ରମଣ ଭଳି ଅନେକ କାରଣରୁ ଏହି ରୋଗ ହୋଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ ଖାଇବା ଜରୁରୀ ।
କଣ ଖାଇବେ: 
ପାଣି, ଜୁସ୍‍, ପଇଡ ପାଣି ପ୍ରଚୁର ପରିମାଣରେ ପିଇବେ । ଫଳ ମଧ୍ୟରେ ସେଓ, ତରଭୁଜ, କମଳା, ଅଙ୍ଗୁର ଏବଂ ଡାଳିମ୍ବ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ । ସେହିପରି ପନିପରିବା ମଧ୍ୟରେ ଗାଜର, ଭେଣ୍ଡି, ପାଳଙ୍ଗ, ଟମାଟର ଏବଂ ଧନିଆ ଖାଇବା ଜରୁରୀ । ପ୍ରୋଟିନ ପାଇଁ ଡାଲି, ମାଛ ଏବଂ ଅଣ୍ଡା ଖାଇପାରିବେ । ସେହିଭଳି ଗାଜର ଜୁସ୍‍, ଟମାଟର ଜୁସ୍‍ ପିଇବା ଜଣ୍ଡିସ୍‍ ପାଇଁ ଲାଭଦାୟକ ହୋଇଥାଏ ।

କଣ ଖାଇବେ ନାହିଁ: 
ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ, ଅତ୍ୟଧିକ ରାଗ ଓ ମସଲାଯୁକ୍ତ ଖାଦ୍ୟ, ମାଂସ, ରେଡ ମିଟ୍‍, ଅଣ୍ଡାର କେଶର, ଜଙ୍କ ଫୁଡ, ଫାଷ୍ଟ ଫୁଡ, ମଦ୍ୟପାନ, ଚା, କଫି ଏବଂ କଦଳୀ ଖାଇବାକୁ ବାରଣ କରାଯାଇଛି ।

- Advertisement -

ଦିନ ସାରା ୩ଥର ଅଧିକ ଭୋଜନା କରିବା ପରିବର୍ତ୍ତେ ଅଳ୍ପ ଅଳ୍ପ କରି ଖାଦ୍ୟ ୫ରୁ ୬ଥର ଖାଆନ୍ତୁ । ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଇବା ଜରୁରୀ । ଏହାଦ୍ୱାରା ପାଚନ ପ୍ରକ୍ରିୟା ସଠିକ୍‍ ଭାବେ ହୋଇଥାଏ । ସତେଜ ପନିପାରିବାରେ ପ୍ରସ୍ତୁତ ଖାଦ୍ୟ ଏବଂ ଘରୋଇ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories