www.samajalive.in
Saturday, December 6, 2025
14.1 C
Bhubaneswar

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ

ଭୁବନେଶ୍ୱର: ଆନ୍ଦୋଳନ ପ୍ରତ୍ୟାହାର କଲେ ରାଜଧାନୀର ସଫେଇ କର୍ମଚାରୀ । ବୁଧବାର ସକାଳୁ ମେୟର ସୁଲୋଚନ ଦାସଙ୍କ ସହିତ ଆଲୋଚନା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଦରମା ବୃଦ୍ଧି ସହ ୨ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିଲେ କର୍ମଚାରୀ । ମଙ୍ଗଳବାର ମଧ୍ୟ ମେୟରଙ୍କ ସହ ବୈଠକ କରି ଆଲୋଚନା ହୋଇଥିଲା । ଆଲୋଚନା ସଫଳ ହୋଇଥିବା ମେୟର ସୁଲୋଚନା ଦାସ ସୂଚନା ଦେବା ସହ ସେମାନଙ୍କ ଦାବି ପୂରଣ ପାଇଁ ବିଏମସି ୩ଦିନ ସମୟ ମାଗିଥିବା କହିଥିଲେ । ୩ଦିନ ମଧ୍ୟରେ ସରକାର ବର୍ଦ୍ଧିତ ଦରମା ନେଇ ଘୋଷଣା କରିବେ ବୋଲି କହିଥିଲେ । ତେବେ ଆଜି ସକାଳୁ ପୁଣି ଆଲୋଚନା ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories