www.samajalive.in
Sunday, December 14, 2025
15.1 C
Bhubaneswar

ଆଖି ବୁଜିଲେ ଶିକ୍ଷାବିତ୍ ଗୁରୁପ୍ରସାଦ ସେଠୀ

ନୀଳଗିରି: ନୀଳଗିରି ବ୍ଲକ ଅଧୀନ ତେନ୍ତୁଳିଆ ଗାଁର ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ଗୁରୁପ୍ରସାଦ ସେଠୀ(୯୦)ଙ୍କ ପ୍ରତ୍ୟୁଷରେ ପରଲୋକ ଘଟିଛି । ସେ ଶ୍ରୀପତି, ବାଲିଆଝର ସମେତ ନୀଳଗିରି ଉପଖଣ୍ଡର ବିଭିନ୍ନ ସ୍କୁଲରେ ଶିକ୍ଷାଦାନ କରିଥିଲେ । ଛାତ୍ରବତ୍ସଳ ତଥା ଉତ୍ତମ ଚରିତ୍ରବାନ ଶିକ୍ଷକଭାବେ ସେ ଏକାଧିକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ । ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସେ ସଦାସର୍ବଦା ଉଦ୍ୟମ ଜାରି ରଖିଥିଲେ । ତେନ୍ତୁଳିଆ ସ୍ଥିତ ବାସଭବନରେ ଶୋଇଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଏହି ଦୁଃଖଦ ଖବର ଶୁଣି ପତ୍ନୀ ରାହାସମଣି, ଝିଅ ସୁକାନ୍ତୀ, ପୁଅ ତଥା ପ୍ରଫେସର ସନ୍ତୋଷ ସେଠୀ, ବରିଷ୍ଠ ଆଇଏଏସ ଅଧିକାରୀ ତଥା ଇଡକୋ ସିଜିଏମ ସରୋଜ ସେଠୀ, ସମାଜସେବୀ ସୁବୋଧ ସେଠୀ ଓ ସାନପୁଅ ଡା. ସୁଶାନ୍ତ ସେଠୀ ମର୍ମାହତ ହୋଇ ପଡ଼ିଛନ୍ତି ।
ଖବରପାଇ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ଲୋକ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମରଶରୀରକୁ ଗ୍ରାମ ପରିକ୍ରମା କରାଯିବା ପରେ ସ୍ୱଃର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୁବୋଧ ମୁଖାଗ୍ନି ଦେଇଛନ୍ତି । ସମ୍ପୃକ୍ତ ଶିକ୍ଷାବିତ ଜଣକ ଅତ୍ୟନ୍ତ ମେଳାପି, ଧର୍ମପରାୟଣ ତଥା ପରୋପକାରୀ ପ୍ରକୃତିର ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳର ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories