ୟୁପିଆଇ ପୈଠ ଉପରେ ଲାଗିପାରେ ଚାର୍ଜ, ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ : ନୋଟବନ୍ଦୀ ପରେ ଡିଜିଟାଲ ପୈଠକୁ ପ୍ରୋତ୍ସାହନ ମିଳିଛି । ଡିଜିଟାଲ ପୈଠ ଦିନକୁ ଦିନ ବଢିବାକୁ ଲାଗିଛି । ଲୋକମାନେ ସାଙ୍ଗରେ ପଇସା ନେବାକୁ ପସନ୍ଦ କରୁନାହାଁନ୍ତି । ନିବେଶ କରିବା ପାଇଁ ହେଉ ବା ସପିଂ କରିବା ପାଇଁ ହେଉ । ୫ ଟଙ୍କାର ଚକୋଲେଟ୍ କିଣିବା ପାଇଁ ମଧ୍ୟ ଲୋକେ ଅନଲାଇନ ପୈଠ କରୁଛନ୍ତି । କିନ୍ତୁ ଏବେ ଏଥିରେ ଫି ଆଦାୟ କରିବା ପାଇଁ ପ୍ରସ୍ତୁତି ହେଉଛି ।

ୟୁପିଆଇ ପୈଠ ଉପରେ ଫି ଆଦାୟ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି କମ୍ପାନୀ

ଫୋନପେ, ଗୁଗଲ ପେର ୟୁପିଆଇ କ୍ଷେତ୍ରରେ ଦବଦବା ରହିଛି । ପେଟିଏମରେ ରିଜର୍ଭ ବ୍ୟାଙ୍କର କଡା କାର୍ଯ୍ୟାନୁଷ୍ଠାନ ପରେ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ବଢିଛି । ଏପର୍ଯ୍ୟନ୍ତ ଏହି ସେବା ନିଶୁଳ୍କ, କିନ୍ତୁ ଏବେ କମ୍ପାନୀମାନେ ଏଥିରେ ଚାର୍ଜ ଲଗାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସୂଚନା ଅନୁସାରେ ଫିନଟେକ୍ କମ୍ପାନୀମାନେ ରାଜସ୍ବ ନେଇ ଚିନ୍ତିତ ଅଛନ୍ତି । କମ୍ପାନୀମାନେ ୟୁପିଆଇ ଉପରେ ଚାର୍ଜ ଆଦାୟ କରିବାକୁ ଚାହୁଁଛନ୍ତି । କମ୍ପାନୀମାନଙ୍କ କହିବାନୁସାରେ ଲଙ୍ଗଟର୍ମ ଷ୍ଟାବିଲିଟି ପାଇଁ ମର୍ଚାଣ୍ଟ ରିହାତି ଅର୍ଥାତ୍ ଏମଡିଆର୍ ସହିତ କ୍ରେଡିଟ୍ କାର୍ଡ ସିଷ୍ଟମର ଆବଶ୍ୟକତା ହେଉଛି ।

କହିରଖୁଛୁ ଗୁଗଲ ପେ ଏବଂ ଫୋନପେ ୟୁପିଆଇ ବଜାରର ୮୦ ପ୍ରତିଶତ ଭାଗିଦାରୀ ରଖନ୍ତି । ପେଟିଏମର ୟୁପିଆଇ ନେଣଦେଣ ଖସିବା ପରେ ଏହାର ଫାଇଦା ଗୁଗଲ ପେ, ଫୋନପେ ଭଳି କମ୍ପାନୀଙ୍କୁ ହୋଇଛି । ତେବେ ନିକଟରେ ଏକ ସର୍ଭେରେ ସାମ୍ନାକୁ ଆସିଛି କି ୟୁପିଆଇ ପୈଠରେ ଫି ଲଗାଇବା ଫଳରେ ୟୁପିଆଇ ବ୍ୟବହାର କରୁଥିବା ୭୦ ପ୍ରତିଶl ଲୋକେ ଏହାକୁ ବ୍ୟବହାର କରିବା ବନ୍ଦ କରିଦେବେ ।

Comments are closed.