www.samajalive.in
Saturday, December 6, 2025
17.1 C
Bhubaneswar

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ ହ୍ରାସରେ ସହାୟକ ହେବ ‘ରକ୍ଷକ’

କେନ୍ଦୁଝରଗଡ : ବଣପାହାଡଘେରା କେନ୍ଦୁଝର ଜିଲାରେ ମନୁଷ୍ୟ-ବନ୍ୟପ୍ରାଣୀ ଲଢ଼େଇ ଦିନକୁ ଦିନ ବେଶ୍‌‌ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅତ୍ୟାଧୁନିକ ଯାନ ‘ରକ୍ଷକ’ ଏହାକୁ ହ୍ରାସ ଦିଗରେ ବିଶେଷ ସହାୟକ ହେବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି କହିଛନ୍ତି। ଶନିବାର ସନ୍ଧ୍ୟାରେ ବନଖଣ୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏଫଓ ଶ୍ରୀ ଧନରାଜ ଏହା କହିବା ସହ ବନ୍ୟପ୍ରାଣୀଙ୍କ ଆପାତକାଳୀନ ସହାୟତା ନିମନ୍ତେ ଏହି ଯାନ ଅଧିକ ଉପଯୋଗୀ ହେବ ବୋଲି କହିଛନ୍ତି। କେବଳ ବନ୍ୟପ୍ରାଣୀ ସୁରକ୍ଷାରେ ନୁହେଁ, ଏଥିସହ ଏହି ଅତ୍ୟାଧୁନିକ ଯାନ ବନ୍ୟା ଓ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଦୁର୍ଘଟଣାଜନିତ କାର୍ଯ୍ୟରେ ମଧ୍ୟ ନିୟୋଜନ କରାଯାଇ ଜନସାଧାରଣଙ୍କୁ ସହାୟତା ପ୍ରଦାନ ସହ ସାଧାରଣରେ ସଚେତନତା ସୃଷ୍ଟିରେ ସହାୟକ ହୋଇପାରିବ ବୋଲି ଡିଏପଓ ଏହା କହନ୍ତି। ଏହି ରକ୍ଷକ ଯାନ ପରିଚାଳନା ପାଇଁ ୩ ଜଣ ଫରେଷ୍ଟର ଓ ୩ଜଣ ଫରେଷ୍ଟ ଗାର୍ଡଙ୍କୁ ନେଇ ଗଠିତ ରାପିଡ ରେସପନ୍ସ ଟିମ୍‌‌ ଭୁବନେଶ୍ୱର ଚନ୍ଦକା ଠାରେ ତାଲିମ ଶେଷ କରିଥିବା ଡିଏପଓ ସୂଚନା ପ୍ରଦାନ କରିଛନ୍ତି। ସହକାରୀ ବନସଂରକ୍ଷକ ଅଶୋକ କୁମାର ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories