www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରସ୍ତାବିତ ଶୁଆକାଟୀ-ଗୁହାଲଡିହୀ ରେଳପଥକୁ ବିରୋଧ, ୧୮ରେ କେନ୍ଦୁଝର ବନ୍ଦ ଡାକରା

କେନ୍ଦୁଝରଗଡ : ଓଡିଶା ଖଣି ନିଗମ ଅଧିନ ପରିଚାଳିତ ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହଖଣିରୁ ରେଳ ଯୋଗେ ଖଣିଜସମ୍ପଦ ପରିବହନ ଲକ୍ଷ୍ୟରେ ଶୁଆକାଟୀରୁ ଗୁହାଲଡିହୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣକୁ ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଆସୁଛି। ଏହି ମର୍ମରେ ଚଳିତମାସ ୧ ତାରିଖରେ ଜିଲାର ଶତାଧିକ ଟ୍ରକ ମାଲିକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଶୁଆକାଟୀ-ଗୁହାଲଡିହୀ ରେଳପଥ ନିର୍ମାଣ ତୁରନ୍ତ ବନ୍ଦ ଦାବିରେ ଜିଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ, ରେଳ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ଉକ୍ତ ପ୍ରସ୍ତାବିତ ରେଳ ପ୍ରକଳ୍ପକୁ ବିରୋଧ କରି ଜିଲା ଟ୍ରକ ମାଲିକ ସଂଘର କେତେକ ବରିଷ୍ଠ ସଦସ୍ୟଙ୍କ ଆହ୍ୱାନକ୍ରମେ ରବିବାର ଜିଲା ସଂସ୍କୃତି ଭବନଠାରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ଜିଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲା କଂଗ୍ରେସ ନେତ୍ରୀ ସଙ୍ଗୀତା ସିଂହ, ବରିଷ୍ଠ ନାଗରିକ କୈଳାସ ଚନ୍ଦ୍ର ପଣ୍ଡା, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଶରତ ଦାସ, ଦେବରାଜ ଆଚାର୍ଯ୍ୟ, ଦେବାଶିଷ ପତି, କମଳା ମହାନ୍ତି, ଶରତ ଚନ୍ଦ୍ର ମହାନ୍ତି, ଅଜୟ ମିଶ୍ର, ବିଷ୍ଣୁଚରଣ ବାରିକଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ଦାବିକୁ ସମର୍ଥନ ଜଣାଇ ଏହାକୁ ବନ୍ଦ କରିବାକୁ ହେଲେ ଦଳମତ ନିର୍ବିଶେଷରେ ବ୍ୟାପକ ଜନଆନ୍ଦୋଳନର ଆବଶ୍ରକତା ରହିଛି ବୋଲି କହିଥିଲେ।

- Advertisement -

କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘର ବରିଷ୍ଠ ସଦସ୍ୟ ଦେବୁ ପଟ୍ଟନାୟକ, ରମାକାନ୍ତ ନାୟକ, ନିହାର ରଞ୍ଜନ ଦାସ, ରାମଚନ୍ଦ୍ର ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ, ସୂର୍ଯ୍ୟ ନାରାୟଣ କର, ନିଶିଥ ପଟ୍ଟନାୟକ, ରୁଦ୍ର ନାରାୟଣ ମିଶ୍ର, ପଦ୍ମଲୋଚନ ସାହୁ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଟ୍ରକ ବ୍ୟବସାୟକୁ ଜୀବନ ଜୀବୀକା ଭାବେ ଗ୍ରହଣ କରି ଜିଲାର ଲକ୍ଷ ଲକ୍ଷ ପରିବାର ଗୁଜୁରାଣ ମେଣ୍ଟାଉ ଥିବାବେଳେ ସରକାରୀସ୍ତରରେ ଜିଲାର ଟ୍ରକମାଲିକଙ୍କ ପ୍ରତି ବାରମ୍ବାର ପ୍ରତାରଣା କରାଯାଇ ଆସୁଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଥମେ ରେଳ ଯୋଗେ ଖଣିଜ ସମ୍ପଦ ପରିବହନ ପରେ ଏବେ ଗତ କିଛିବର୍ଷ ଧରି ପାଇପଲାଇନ ଯୋଗେ ଖଣିଜସମ୍ପଦ ପରିବହନ ଯୋଗୁଁ ଜିଲାର ହଜାର ହଜାର ଟ୍ରକ ମାଲିକ କାମଧନ୍ଦା ନପାଇ ଆର୍ଥୀକ କ୍ଷତି ସହିନପାରି ଆତ୍ମହତ୍ୟା କରିବା ଘଟଣା କିଛି ନୂଆକଥା ନୁହେଁ।

ଏଭଳିସ୍ଥିତିରେ ଶୁଆକାଟୀସ୍ଥିତ ଓଡିଶା ଖଣି ନିଗମ ଅଧିନ ପରିଚାଳିତ ଗନ୍ଧମାର୍ଦ୍ଦନ ଲୌହଖଣିରୁ ଗୁହାଲଡିହିସ୍ଥିତ ରେଳ ଷ୍ଟେସନ ପର୍ଯ୍ୟନ୍ତ ନୂତନ ରେଳପଥ ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କେବଳ ଟ୍ରକ ମାଲିକ ନୁହଁନ୍ତି ଏଥିଯୋଗୁଁ ଜିଲାର ହଜାର ହଜାର ପରିବାର କାମଧନ୍ଦା ହରାଇ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରିବାକୁ ନେଇ ସଦସ୍ୟଗଣ ଆଶଙ୍କା ବ୍ୟକ୍ତ କରିଥିଲେ। ଏହି ପ୍ରସ୍ତାବିତ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବା ନେଇ ସଦସ୍ୟଗଣ ଜିଲାର ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆସନ୍ତା ୧୮ ତାରିଖ କେନ୍ଦୁଝର ଜିଲା ବନ୍ଦ ଡାକରାକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ନିବେଦନ କରିଛନ୍ତି।

କେନ୍ଦୁଝର ବନ୍ଦ ଡାକରାକୁ କିଭଳି ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ସେ ନେଇ ରବିବାର ସନ୍ଧ୍ୟାରେ ଜିଲା ଟ୍ରକ ମାଲିକ ସଂଘ କେନ୍ଦୁଝରର ବରିଷ୍ଠ ସଦସ୍ୟଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଜିଲାର ବୁଦ୍ଧିଜୀବୀଙ୍କୁ ନେଇ ଏକ କୋର କମିଟି ଗଠନ କରାଯିବ ବୋଲି ସଂଘ ସଦସ୍ୟ ଦେବୁ ପଟ୍ଟନାୟକ ଏହା ଜଣାଇଛନ୍ତି। ପ୍ରାରମ୍ଭରେ ଯୁବ ସମାଜସେବୀ ସତ୍ୟଜିତ ମିଶ୍ର ସ୍ୱାଗତ ଜଣାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶେଷରେ ସଂଘର ଅନ୍ୟତମ ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories