www.samajalive.in
Wednesday, December 10, 2025
23.1 C
Bhubaneswar

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ, ଓଭରବ୍ରିଜ ନିର୍ମାଣ ଦାବିରେ ରାଜପଥ ଅବରୋଧ

ଗୋପାଳପୁର :  ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ତଥା କନିଷି ଗାଁ ଛକଠାରେ ଏକ ମୋଟରସାଇକେଲକୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଜଣା ପଡିନଥିବା ବେଳେ କନିଷି ଗାଁ ସମ୍ମୁଖ ଜାତୀୟ ରାଜପଥରେ ତୁରନ୍ତ ଓଭରବ୍ରିଜ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଆଜି ରାତି ପ୍ରାୟ ୮ଟାବେଳେ କନିଷି ଗାଁ ଛକଠାରେ ଦୁଇଟି ସ୍କୁଟି ମଧ୍ୟରେ ସାମାନ୍ୟ ଦୁର୍ଘଟଣା ଘଟିବାରୁ ଉଭୟ ଚାଳକ ରାଜପଥ ଉପରେ ଠିଆ ହୋଇ ଗଣ୍ଡଗୋଳ କରୁଥିଲେ। ଏହି ସମୟରେ ବ୍ରହ୍ମପୁର ପଟୁ ଗୋଳନ୍ଥରା ଆଡ଼କୁ ଯାଉଥିବା ମୋଟରସାଇକେଲ ( ଓ ଡି ୦୭ ଏ ଏନ ୮୬୯୨) ଠିଆ ହୋଇ ଦେଖିଥିବା ସମୟରେ ପଛପଟୁ ଦୃତଗାମୀ ଏକ‌‌ଟ୍ରକ(ଏ ପି ୩୦ ୟାଇ ୫୫୫୮) ଧକ୍କା ଦେଇଥିଲା। ଫଳରେ ମୋଟରସାଇକେଲରେ ଥିବା ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଏହା ପରେ କନିଷି ଗାଁର ଶତାଧିକ ଲୋକ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିବା ସହ ତୁରନ୍ତ ଓଭରବ୍ରିଜ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ ଗତ ଏକ ସପ୍ତାହରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟି ଅନେକ ଖଣ୍ଡିଆ ଖବର ହୋଇଥିବା ବେଳେ ବହୁବାର ପ୍ରଶାସନ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାବି ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉନଥିବାରୁ ବାଧ୍ୟ ହୋଇ ରାଜପଥ ଅବରୋଧ କରିଥିବା ପ୍ରକାଶ କରିଛନ୍ତି ଲୋକେ । ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାଜପଥର ଉଭୟ ପଟେ ଶତାଧିକ ଗାଡି ମୋଟର ଅଟକି ରହିବା ସହ ରାଜପଥ ଜାମ ହୋଇଯାଇଥିବା ଦେଖିବାକୁ ମିଳିଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories