www.samajalive.in
Saturday, December 6, 2025
17.1 C
Bhubaneswar

ଅମେଥିକୁ ଫେରି ଆସ: ରାହୁଲଙ୍କ ପାଇଁ ଲାଗିଲା ପୋଷ୍ଟର

ଅମେଥି: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନାମ ୱାୟନାଡରୁ ଲଢିବାକୁ ଘୋଷଣା କରିଛି । ହେଲେ ଉତ୍ତରପ୍ରଦେଶ କଂଗ୍ରେସ ଦଳ ରାହୁଲଙ୍କ ସମର୍ଥନରେ ବାହାରି ତାଙ୍କ ନାମରେ ପୋଷ୍ଟର ଏବଂ ବ୍ୟାନର ମଧ୍ୟ ଲଗାଯାଇଛି । ପୋଷ୍ଟର ଲଗାଇ ଅମେଥିକୁ ଫେରି ଆସ ବୋଲି କହିଛନ୍ତି କଂଗ୍ରେସ ସଦସ୍ୟ । ଆପଣଙ୍କ ବିନା ଅମେଥି ଶୁନ୍‍ ଶାନ ବୋଲି କହିଛନ୍ତି ।  ୟୁପି କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ଲେଖାଯାଇଛି ଅମେଥି ଆପଣଙ୍କୁ ଡାକୁଛି ଫେରି ଆସ, ଅମେଥିର ବିକାଶ ବନ୍ଦ ହୋଇଛି, ପୁଣି ଥରେ ଆରମ୍ଭ କର । ଅମେଥିରେ ଆପଣ ଏଥର ସୁବଠାରୁ ଅଧିକ ଭୋଟରେ ଜିତିବାର ରେକର୍ଡ ସୃଷ୍ଟି କରିବେ । ସେହିପରି କଂଗ୍ରେସର ପୂର୍ବତନ ଏମଏଲସି ଦୀପକ ସିଂହ ଏକ୍ସ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରି ରାହୁଲ ଗାନ୍ଧୀଙ୍କୁ ଅପେକ୍ଷା କରିଛୁ ବୋଲି କହିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories