www.samajalive.in
Sunday, December 7, 2025
26.1 C
Bhubaneswar

ପାଇଖାନା ଛାତ ପଡ଼ି ଛାତ୍ର ଗୁରୁତର ଘଟଣା: ବଦଳିଲେ ପ୍ରଧାନ ଶିକ୍ଷୟତ୍ରୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ପରିତ୍ୟକ୍ତ ପାଇଖାନା ଭାଙ୍ଗୁଥିବା ସମୟରେ ଛାତ୍ରଙ୍କ ଉପରେ ସ୍ଲାବ ଖସି ପଡିବା ଘଟଣାରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଗଣଶିକ୍ଷା ବିଭାଗ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ପ୍ରଭା ମହାନ୍ତଙ୍କୁ ଦହିବାହାଳି ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯିବା ସହ ତାଙ୍କର ଏକ ମାସର ଦରମା ବନ୍ଦ କରିଛି ଶିକ୍ଷା ବିଭାଗ । ଏନେଇ ପାଟଣା ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ ଗତ ଫେବୃଆରୀ ୧୯ ତାରିଖରେ ବିଦ୍ୟାଳୟ ପରିସରରେ ଥିବା ପରିତ୍ୟକ୍ତ ପାଇଖାନାର କାନ୍ଥ ତଳେ ଚାପି ହୋଇ ପଞ୍ଚମ ଶ୍ରେଣୀର ଦୁଇ ଛାତ୍ର ରାଜା ନାଏକ ଓ ସନ୍ତୋଷ କାରୁଆ ଗୁରୁତର ହୋଇଥିଲେ । ଗୁରୁତର ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣା ଓ ପରେ ଜିଲ୍ଳା ମୁଖ୍ୟଚିକିତ୍ସାଳୟ ଙ୍କୁ ସ୍ଥାନାନ୍ତର କରାଯାଇଥିଲା। ରାଜା ନାଏକ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ସନ୍ତୋଷ ବର୍ତ୍ତମାନ ପର‌୍ୟ୍ୟନ୍ତ ସୁସ୍ଥ ହୋଇନାହିଁ । ଘଟଣା ପରେ ଦୁଇ ଛାତ୍ରଙ୍କୁ ଶିକ୍ଷୟତ୍ରୀ ପାଇଖାନା ଭାଙ୍ଗିବା କାମରେ ନିୟୋଜିତ କରାଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ,ଏବିଇଓ ବିଜୟ କୁମାର ଓଝା ,ସଚ୍ଚିଦାନନ୍ଦ ସେଠୀଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଘଟଣାର ତଦନ୍ତ କରାଯିବା ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

 

- Advertisement -

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories