ବିଦେଶୀ ମୁଦ୍ରାର ନେଣଦେଣ କମିବ, ଏହି ଦେଶ ସହ ହାତ ମିଳାଇଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ : ଭାରତ ଏବଂ ଇଣ୍ଡୋନେସିଆ ବିଦେଶୀ ମୁଦ୍ରାର ଦବଦବା ସମାପ୍ତ କରିବା ପାଇଁ ବଡ ପଦକ୍ଷେପ ଉଠାଇଛନ୍ତି । ଉଭୟ ଦେଶ କେନ୍ଦ୍ର ବ୍ୟାଙ୍କ ଅର୍ଥାତ୍ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଡୋନେସିଆ ମଧ୍ୟରେ ଚୁକ୍ତି ହୋଇଛି । ଚୁକ୍ତି ଅନୁସାରେ ଉଭୟ ଦେଶ ଦ୍ବିପାକ୍ଷିକ ବ୍ୟାପାରକୁ ପ୍ରୋତ୍ସାହନ ଦେବା ପାଇଁ ଆଞ୍ଚଳିକ ମୁଦ୍ରାର ବ୍ୟବହାର କରିବା କଥା ଉଠାଇଛନ୍ତି । ଏହା ଫଳରେ ଡଲାର, ୟୁରୋ, ପାଉଣ୍ଡ ଏବଂ ଅନ୍ୟ ବିଦେଶୀ ମୁଦ୍ରାର ବ୍ୟବହାର ଏବଂ ବ୍ୟବସାୟିକ ନେଣଦେଣ କମ୍ ହୋଇପାରିବ ।
ଚୁକ୍ତିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଏବଂ ଇଣ୍ଡୋନେସିଆର କେନ୍ଦ୍ର ବ୍ୟାଙ୍କ ଗଭର୍ଣ୍ଣର ହସ୍ତାକ୍ଷର କରିଛନ୍ତି । ଏହି ଚୁକ୍ତିର ପ୍ରମୁଖ ଲକ୍ଷ୍ୟ ଉଭୟ ଦେଶ ମୁଦ୍ରାକୁ ପ୍ରୋତ୍ସାହନ ଦେବା । ରିଜର୍ଭ ବ୍ୟାଙ୍କ କହିଛି କି ଏହି ସହଯୋଗ ଉଭୟ ଦେଶର ସମ୍ବନ୍ଧକୁ ମଜଭୁତ କରିବା ସହ ଉଭୟ ଦେଶ ମଧ୍ୟରେ ସ୍ଥାନୀୟ ମୁଦ୍ରା ନେଣଦେଣ ବଢିବ ।
Comments are closed.