www.samajalive.in
Saturday, December 13, 2025
23.1 C
Bhubaneswar

ବାଲ୍ୟ ବିବାହ ରୋକିବାରେ ସଫଳ; କିଶୋର ଶରତ ଘିବାଲା ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଗୋଛାପଡ଼ା ଥାନା ଅର୍ନ୍ତଗତ କୋଏରୁମାଣ୍ଡୁ ପଞ୍ଚାୟତର ସରଫିଗୁଡା ଗ୍ରାମର କିଶୋର ବାଳକ ଶରତ ଘିବାଲା ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି। କନ୍ଧମାଳ ଜିଲା ପ୍ରଶାସନ ଶରତ ଘିବାଲାଙ୍କ ନାମକୁ ସୁପାରିସ କରିଥିଲେ। ସେ ସ୍ୱାତୀ କାର୍ଯ୍ୟ କରୁଥିବା ପ୍ରକଳ୍ପ ଅଂଚଳର ଜଣେ କିଶୋର। ସେ ନିଜେ ତାର ଭଉଣୀର ବାଲ୍ୟ ବିବାହକୁ ୩ ବର୍ଷ ତଳେ ବନ୍ଦକରି ଅଞ୍ଚଳରେ ଚର୍ଚ୍ଚାରେ ଥିଲେ। ତା’ପରେ ସବୁ ସମୟରେ ନିଜ ଭଉଣୀ ସହ ମିଶି ବାଲ୍ୟବିବାହ ବନ୍ଦ କରିବାରେ ନିଜ ଚେଷ୍ଟା ଜାରି ରଖିଛନ୍ତି। ଛୋଟ ପିଲାଙ୍କୁ ପଢ଼ାଇବା ଆଦି କାମ କରି ସମସ୍ତଙ୍କର ଆଦରର ପାତ୍ର ହୋଇଛନ୍ତି ଶରତ। ସେ ବର୍ତ୍ତମାନେ ଫିରିଙ୍ଗିଆ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ଅଧ୍ୟୟନରତ। ଏହି ସଫଳତା ତାଙ୍କ ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି। ପୁରସ୍କାର ବିତରଣ ଉତ୍ସବରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଶରୋଜବାଳା ଆଚାର୍ଯ୍ୟ ଓ କାର୍ଯ୍ୟକ୍ରମ ଅଧିକାରୀ କ୍ରିଷ୍ଣା ପଣ୍ଡା ଜିଲାରୁ ପ୍ରତିନିଧିତ୍ୱ କରିଥିଲେ। ସଫଳତା ପାଇଁ ଶରତ ଜିଲା ପ୍ରଶାସନ ଓ ସ୍ୱାତୀ ଅନୁଷ୍ଠାନ, ଫିରିଙ୍ଗିଆ ସିଡିପିଓ ହରପ୍ରିୟା ମେହେର, ଆକ୍ସନଏଡର ସନ୍ଧ୍ୟାରାଣୀ ନାୟକ, ଜିଲା ଶିଶୁ ଅଧିକାରୀ ରଶ୍ମିତା କରଣ ଓ କ୍ରାଏଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶତରଙ୍କ ଏହି ସଫଳତା ଅନ୍ୟ କିଶୋର ଓ କିଶୋରୀଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି ସ୍ୱାତୀର କର୍ମୀ ପ୍ରଦୀପ କୁମାର ସ୍ୱାଇଁ ମତ ଦେଇଛନ୍ତି।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories