www.samajalive.in
Wednesday, December 10, 2025
14.1 C
Bhubaneswar

ଚମତ୍କାରୀ ଶିବଲିଙ୍ଗ ; ଦର୍ଶନ,ସ୍ପର୍ଶ କଲେ ପୂରଣ ହୁଏ ମନସ୍କାମନା

ମହାଶିବରାତ୍ରୀରେ ଭଗବାନ ଶଙ୍କରଙ୍କ ଆରାଧନା କରାଯାଉଛି। ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ ଜମିଛି। କୁହାଯାଏ, ଭୋଳାଶଙ୍କର ଖୁବ୍‌‌ ଦୟାଳୁ। ଖୁବ୍‌‌ ଶୀଘ୍ର ସେ ପ୍ରସନ୍ନ ହୋଇ ଯାଆନ୍ତି। ମହାଶିବରାତ୍ରୀ ଦିନ ଶିବଲିଙ୍ଗରେ କ୍ଷୀର, ଜଳ, ବେଲପତ୍ର, ଦୁଦୁରା ଫୁଲ ଆଦି ଅର୍ପଣ କରିବା ଦ୍ୱାରା ପ୍ରଭୁ ଶଙ୍କରଙ୍କ କୃପା ପ୍ରାପ୍ତି ହୋଇଥାଏ। ତେବେ ମହାଦେବଙ୍କ ଏପରି ଏକ ଚମତ୍କାରୀ ପ୍ରାଚୀନ ଶିବଲିଙ୍ଗ ବିଷୟରେ ଜାଣନ୍ତୁ, ଯାହାକୁ ସ୍ପର୍ଶ କରିବା ମାତ୍ରେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହା କୌଣସି ସାମାନ୍ୟ ଶିବଲିଙ୍ଗ ନୁହେଁ ବରଂ ଅଷ୍ଟ ଧାତୁରେ ତିଆରି ଶିବଲିଙ୍ଗ। ଏହି ଶିବଲିଙ୍ଗକୁ ଦର୍ଶନ କରିବାକୁ ଦେଶର କୋଣ ଅନୁକୋଣରୁ ଲୋକେ ଆସିଥାଆନ୍ତି। ଭୋଳାନାଥଙ୍କର ଅନନ୍ୟ ଭକ୍ତ ରାବଣ ମଧ୍ୟ ପ୍ରଭୁଙ୍କ ଏହି ଲିଙ୍ଗକୁ ଦର୍ଶନ କରି ବରଦାନ ପ୍ରାପ୍ତ କରିଥିଲେ। ସେବେ ଠାରୁ ଏହି ଶିବଲିଙ୍ଗର ମାନ୍ୟତା ରହିଛି ବୋଲି କୁହାଯାଏ।
ଏହି ଶିବଲିଙ୍ଗ ଉତ୍ତରପ୍ରଦେଶର ନୋଏଡାର ଗାଁ ବିସରଖରେ ରହିଛି। ବିସରଖକୁ ରାବଣଙ୍କ ଗାଁ ବୋଲି କୁହାଯାଏ। ମନ୍ଦିରର ପୂଜାରୀ କହିଛନ୍ତି, ଏହି ଗାଁରେ ରାବଣଙ୍କ ଜନ୍ମ ହୋଇଥିଲା। ରାବଣଙ୍କ ପିତା ମଧ୍ୟ ଏଠାରେ ଜନ୍ମ ହୋଇଥିଲେ। ନିଜ ପିତାଙ୍କୁ ଦେଖି ରାବଣ ମଧ୍ୟ ଅଷ୍ଟଧାତୁରେ ନିର୍ମିତ ଏହି ଶିବଲିଙ୍ଗଙ୍କର ପୂଜାର୍ଚ୍ଚନା କରୁଥିଲେ।
ମାନ୍ୟତା ରହିଛି, ବିସରଖ ଗାଁରେ ଏହି ଶିବଲିଙ୍ଗଙ୍କର ଯେ କେହି ଦର୍ଶନ କଲେ, କିମ୍ବା ଏହାକୁ ସ୍ପର୍ଶ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି କାରଣରୁ ଲକ୍ଷାଧିକ ଲୋକେ ଏଠାକୁ ଆସି ନିଜ ଇଚ୍ଛା ପୂରଣ ପାଇଁ ଦର୍ଶନ କରିଥାଆନ୍ତି। ମହାଶିବରାତ୍ରୀ ଦିନ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories