www.samajalive.in
Friday, December 12, 2025
14.1 C
Bhubaneswar

ଅମିତାଭ ଘୋଷ ପାଇବେ ଜ୍ଞାନପୀଠ ସମ୍ମାନ

ନୂଆଦିଲ୍ଳୀ: ଚଳିତ ବର୍ଷର ଜ୍ଞାନପୀଠ ସମ୍ମାନ ପାଇଁ ବିଶିଷ୍ଟ ଲେଖକ ଅମିତାଭ ଘୋଷ ମନୋନୀତ ହୋଇଛନ୍ତି। ଭାରତର ସାହିତ୍ୟ କୃତି କ୍ଷେତ୍ରରେ ଏହି ସର୍ବୋଚ୍ଚ ସମ୍ମାନ ୧୯୬୧ ରୁ ଦିଆଯାଉଛି।
୧୯୫୬ରେ କଲିକତାରେ ଜନ୍ମିତ ଅମିତାଭଙ୍କ ଶୈଶବ ବାଂଲାଦେଶ ଓ ଶ୍ରୀଲଙ୍କାରେ କଟିଥିଲା। ଦିଲ୍ଳୀ ଓ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ଅମିତାଭ ଏବେ ନ୍ୟୁୟର୍କରେ ରହୁଛନ୍ତି। ଉପନ୍ୟାସ ‘ଶ୍ୟାଡୋ ଲାଇନ୍‍ସ ଆଣ୍ଡ ସର୍କଲ୍‍ ଅଫ୍‍ ରିଜନ୍‍’, ‘ଇନ୍‍ ଆନ୍‍ ଆଣ୍ଟିକ୍‍ ଲ୍ୟାଣ୍ଡ ଡିଫାଇ ଜେନର’, ‘ଦ ଗ୍ରେଟ୍‍ ଡିଆରେଞ୍ଜମେଣ୍ଟ’, ‘ସି ଅଫ୍‍ ପପିସ୍‍’, ‘ରିଭର ଅଫ୍‍ ସ୍ମୋକ୍‍’, ‘ଫ୍ଲଡ୍‍ ଅଫ୍‍ ଫାୟାର’ ଆଦି ତାଙ୍କର ବହୁ ଚର୍ଚ୍ଚିତ ସାହିତ୍ୟ କୃତି ମଧ୍ୟରୁ ଅନ୍ୟତମ। ଅମିତାଭଙ୍କ ସାହିତ୍ୟ ସୃଷ୍ଟି ସାଧାରଣତଃ ଇତିହାସର ଆଧାର ଉପରେ ରଚିତ। ଇତିହାସକୁ ନିଜସ୍ୱ ଦୃଷ୍ଟିଭଙ୍ଗୀରେ ବିଶ୍ଲେଷଣ ଓ ତର୍ଜମା କରି ଆଧୁନିକ ସମାଜ ଆଗରେ ଉପସ୍ଥାପନ କରିବାରେ ତାଙ୍କର ଚାତୁରୀ ଅନନ୍ୟ।
ସାହିତ୍ୟ କ୍ଷେତ୍ରକୁ ଅବଦାନ ପାଇଁ ସେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଜ୍ଞାନପୀଠ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଅମିତାଭ କୃତଜ୍ଞତା ପ୍ରକାଶ କରିଛନ୍ତି।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories