www.samajalive.in
Friday, December 12, 2025
14.1 C
Bhubaneswar

ଯୋଗୀନୂଆଗାଁ ଆଶ୍ରମ ସ୍କୁଲ ଛାତ୍ରଙ୍କ ସମେତ ୨ଜଣଙ୍କର ଅପମୃତ୍ୟୁ

ବଡ଼ସାହି : ଗୁରୁବାର ସନ୍ଧ୍ୟାରେ ଯୋଗୀନୂଆଗାଁ ଆଶ୍ରମସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ତପନ ଟୁଡୁ(୭)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି। ସ୍କୁଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ତପନଙ୍କୁ ବାନ୍ତି ହୋଇଥିଲା। କିଛି ସମୟ ପରେ ଦେହ ଶୀତଳ ହେବା ସହିତ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ବେତନଟୀ ପରେ ବାରିପଦା ଡ଼ାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତଦନ୍ତ ପାଇଁ ବାରିପଦା ଟାଉନ ଓ ବଡ଼ସାହି ପୁଲିସ୍‍ ମଧ୍ୟରେ ଟଣାଓଟରା ଲାଗିବାରୁ ଅଭିଭାବକ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପରେ ବାରିପଦା ଟାଉନ ପୁଲିସ୍‍ ଏକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ଶବବ୍ୟବଛେଦ କରି ତଦନ୍ତ କରୁଛି। ଅପରପକ୍ଷରେ ଆଶ୍ରମସ୍କୁଲ ପକ୍ଷରୁ ଅବହେଳା ପାଇଁ ପିଲାର ଜୀବନ ଗଲା ବୋଲି ଦାୟୀ କରି ମୃତ ତପନଙ୍କ ବାପା ଶ୍ୟାମସୁନ୍ଦର ହାଁସଦାଃ ସନ୍ଧ୍ୟାରେ ବଡ଼ସାହି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଛାତ୍ର ମୃତ୍ୟୁର ତଦନ୍ତ ପାଇଁ ଡ଼ିଡ଼ବ୍ଲୁଓ ଏବଂ ଡ଼ବ୍ଲୁଇଓ ଆଶ୍ରମ ସ୍କୁଲ ପରିଦର୍ଶନରେ ଆସି ବୟାନ ସଂଗ୍ରହ କରି ଫେରିଛନ୍ତି। ମୃତ ଛାତ୍ରଙ୍କ ପରିବାରବର୍ଗଙ୍କୁ ଅନ୍ତିମ ସଂସ୍କାର ସହାୟତା ରାଶି ବାବଦକୁ ୫ହଜାର ଟଙ୍କା ପ୍ରଦାନ କରାଯାଇଛି। ରେଡ଼କ୍ରସ ବା ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ଅଧିକ ସହାୟତା ପ୍ରଦାନ ପାଇଁ ଚେଷ୍ଟା କରାଯାଉଛି ବୋଲି ଉଭୟ ଅଧିକାରୀ କହିଛନ୍ତି। ଯୋଗୀନୂଆଗାଁ ଆଶ୍ରମସ୍କୁଲରେ ନିୟମିତ ପ୍ରଧାନ ଶିକ୍ଷକ ନିଯୁକ୍ତ କରିବାକୁ ମାନ୍ୟବର ଉପବାଚସ୍ପତିଙ୍କ ବଡ଼ସାହି ବ୍ଲକ ପ୍ରତିନିଧି କେଶବ ଚନ୍ଦ୍ର ସାହୁ ଦାବି କରିଛନ୍ତି।
ଅନ୍ୟ ଏକ ଘଟଣାରେ ସ୍ଥାନୀୟ ଡ଼ାକ୍ତରଖାନା ପକ୍ଷରୁ ଖବର ପାଇ ବଡ଼ସାହି ପୁଲିସ୍‍ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ଶବ ବ୍ୟବଛେଦ ପାଇଁ ପଠାଇଛି। ମୃତକ ଜଣଙ୍କ ହେଲେ ଖୁଣ୍ଟା ଥାନା ଅଧୀନ ମୁଣ୍ଡାକାଟି ଗ୍ରାମର ଲକ୍ଷ୍ମଣ ମାରାଣ୍ଡି(୪୦)। ଦୀର୍ଘଦିନରୁ ସେ କିଡ଼ନୀ ରୋଗରେ ପୀଡ଼ିତ ଥିଲେ। ତେବେ ଗୁହାଳଡ଼ିହି ଠାରେ ପାରମ୍ପାରିକ ପୂଜା ଦ୍ୱାରା ରୋଗ ଉପଶମ ଅନ୍ଧବିଶ୍ୱାସ ରଖି ପରିବାର ଲୋକେ ତାଙ୍କୁ ବନ୍ଧୁ ଘରକୁ ନେଇ ଗୁରୁବାର ପହଞ୍ଚିଥିଲେ। ପୂଜା ପୂର୍ବରୁ ଲକ୍ଷ୍ମଣ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ଡ଼ାକ୍ତରଖାନାକୁ ଆଣିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories