www.samajalive.in
Sunday, December 7, 2025
13.1 C
Bhubaneswar

୧୦୦ତମ ଟେଷ୍ଟ ଖେଳିବା ପୂର୍ବରୁ ଅଶ୍ବିନଙ୍କ ନାମରେ ଅଭିଯୋଗ ଆଣିଲେ ପୂର୍ବତନ ସ୍ପିନର

ନୂଆଦିଲ୍ଲୀ: ଅଭିଜ୍ଞ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଜୀବନର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ତେବେ ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ ଏହି ଅଭିଜ୍ଞ ସ୍ପିନରଙ୍କ ଆଚରଣକୁ ନେଇ ଖୁସି ନାହାନ୍ତି। ସାମାଜିକ ଗଣମାଧ୍ୟମରେ ସେ ଲେଖିଛନ୍ତି, ମୁଁ ତାଙ୍କର ୧୦୦ତମ ଟେଷ୍ଟ ପୂର୍ବରୁ ଅଭିନନ୍ଦନ ଜଣାଇବା ପାଇଁ ଅଶ୍ବିନଙ୍କୁ ଅନେକଥର ଫୋନ କରିଥିଲି। ସେ ମୋ’ ଫୋନକୁ କାଟି ଦେଇଥିଲେ। ତାଙ୍କୁ ଏକ ବାର୍ତ୍ତା ମଧ୍ୟ ପଠାଇଥିଲି। ଏହାର ମଧ୍ୟ କୌଣସି ଉତ୍ତର ମିିଳିଲା ନାହିଁ। ଏହା ହେଉଛି ପୂର୍ବତନ କ୍ରିକେଟରଙ୍କ ପ୍ରତି ସମ୍ମାନ ବୋଲି ଶିବରାମକୃଷ୍ଣନ୍‌ ଲେଖିଛନ୍ତି। ପୂର୍ବରୁ ଅଶ୍ବିନଙ୍କୁ ଶିବରାମକୃଷ୍ଣନ୍‌ ଅନେକଥର ସମାଲୋଚନା କରିଛନ୍ତି। କିନ୍ତୁ ଅଶ୍ବିନ ଏହାର କୌଣସି ଉତ୍ତର ଦେଇନଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories