www.samajalive.in
Saturday, December 6, 2025
17.1 C
Bhubaneswar

ମମତାଙ୍କ ଗଡରେ ଗର୍ଜିଲେ ମୋଦୀ: କହିଲେ ଟିମଏସି ସରକାରର ମହିଳାଙ୍କ ଉପରେ ଭରଷା ନାହିଁ

ପଶ୍ଚିମବଙ୍ଗ: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ପଶ୍ଚିମବଙ୍ଗର ୨୪ ପରଗାନା ସ୍ଥିତ ବାରାସାତରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଲି କରିଥିଲେ । ରାଲିରେ ହଜାର ହଜାର ମହିଳା ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ କେବଳ ନାରୀ ଶକ୍ତି ମାଧ୍ୟମରେ ଭାରତ ବିକଶିତ ହେବ । ବିଜେପି କିପରି ନାରୀ ଶକ୍ତିକୁ ବିକଶିତ ଭାରତର ଶକ୍ତି ଭାବେ ସୃଷ୍ଟି କରୁଛି ଏହି ବିଶାଳ କାର୍ଯ୍ୟକ୍ରମ ତାହାର ଏକ ପ୍ରମାଣ । ଜାନୁଆରୀ ୯ରେ ବିଜେପି ସାରା ଦେଶଷର ‘ଶକ୍ତି ବନ୍ଦନ’ ଅଭିଯାନ ଆରମ୍ଭ କରିଥିଲା । ଏହି ଅବଧି ମଧ୍ୟରେ ସମଗ୍ର ଦେଶରେ ଲକ୍ଷ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରାଯାଇଥିଲା । ପଶ୍ଚିମବଙ୍ଗରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ଏକ ବଡ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।
ପଶ୍ଚିମବଙ୍ଗ ମାଟିରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ମୋଦୀ । ପରିବାରବାଦ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କରିବା ସହ ସାରା ଭାରତ ବର୍ଷର ଲୋକ ମୋଦୀଙ୍କ ପରିବାର ବୋଲି କହିଛନ୍ତି । ମମତାଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ ଏଠିକାର ସରକାରକୁ ମହିଳାଙ୍କ ଉପରେ ଭରଷା ନାହିଁ । ଟିଏମସି ଅତ୍ୟାଚାରୀ ନେତାଙ୍କ ଉପରେ ଭରଷା କରୁଛି । ନାରୀ ଶକ୍ତି ଉପରେ ଏଠାରେ ଘୋର ଅତ୍ୟାଚାର ହେଉଥିବା ମୋଦୀ କହିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories