www.samajalive.in
Saturday, December 6, 2025
15.1 C
Bhubaneswar

ଆତଙ୍କବାଦୀଙ୍କ ନଜରରେ କଏଦୀ: ୭ରାଜ୍ୟରେ ଏନଆଇର ରେଡ

ନୂଆଦିଲ୍ଲୀ: ଦେଶର ୭ରାଜ୍ୟର ୧୭ଟି ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚଢାଉ କରିଛି । ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କ ଦ୍ୱାରା କଏଦୀମାନଙ୍କୁ କଟ୍ଟରପନ୍ଥୀ ପାଇଁ ଉସକାଇବା ଘଟଣାରେ ଏନଆଇଏ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ।  ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଏବଂ ତାମିଲନାଡୁ ସମେତ ୭ଟି ରାଜ୍ୟରେ ଏକକାଳୀନ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା । ମଙ୍ଗଳବାର ୧୭ଟି ସ୍ଥାନରେ ଚଢାଉ ହୋଇଥିବା ଏନଆଇଏ ମୁଖପାତ୍ର କହିଛନ୍ତି । ଏନଆଇଏର ତଦନ୍ତ ଅନୁଯାୟୀ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ଥିବା ଲଶ୍କର-ଏ-ତୋଇବା ଆତଙ୍କବାଦୀ ଟି-ନାଜିର କଏଦୀମାନଙ୍କୁ ହିଂସାତ୍ମକ କାର୍ଯ୍ୟକଳାପ କରିବା ପାଇଁ ଉସକାଇବା ସହ ସେମାନଙ୍କ ଉପରେ ଅତ୍ୟାଚାର କରିଥିଲା । ବେଙ୍ଗାଲୁରୁ ନଗର ପୁଲିସ ଅସ୍ତ୍ରଶସ୍ତ୍ର ଜବତ କରିବା ପରେ ଗତବର୍ଷ ଜୁଲାଇ ୧୮ରେ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପ୍ରଥମେ ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ପଚରାଉଚରା ପରେ ଅନ୍ୟଜଣଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାକୁ ଗତ ବର୍ଷ ଏନଆଇକୁ ହସ୍ତାନ୍ତର କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories