www.samajalive.in
Friday, December 12, 2025
15.1 C
Bhubaneswar

ଦୁଇ ଭାଗରେ ବିଭକ୍ତ ହେବ ଟାଟା ମୋଟର୍ସ

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ପ୍ରାୟ ୨୦ ବର୍ଷ ପରେ ଟାଟା ଟେକ୍ନୋଲୋଜିଜର ଆଇପିଓ ବଜାରକୁ ଆଣିଥିଲା । ଏବେ ଗ୍ରୁପ୍ ତରଫରୁ ଟାଟା ମୋଟର୍ସକୁ ନେଇ ବଡ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ ଗ୍ରୁପର ଟାଟା ମୋଟର୍ସ ଲିମିଟେଡ୍ ତରଫରୁ ସେୟାର ବଜାରକୁ ଦିଆଯାଇଥିବା ସୂଚନାରେ କୁହାଯାଇଛି କି କମ୍ପାନୀ ନିଜ ବ୍ୟବସାୟକୁ ୨ ଅଲଗା ଅଲଗା କମ୍ପାନୀରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି । ବଣ୍ଟନ ପରେ ଗୋଟିଏ କମ୍ପାନୀ ବାଣିଜ୍ୟିକ ଗାଡି ଏବଂ ଅନ୍ୟଟି ପାସେଞ୍ଜର ଗାଡି ଉପରେ ଗୁରୁତ୍ବ ଦେବ ।

ଏମିତି ହେବା ଫଳରେ ଉଭୟ କମ୍ପାନୀଙ୍କୁ ନିଜ ନିଜ ଲକ୍ଷ୍ୟକୁ ପୁରଣ କରିବାରେ ସହଜ ହେବ । ପୂର୍ବରୁ ହିଁ କମ୍ପାନୀର ବାଣିଜ୍ୟିକ ଗାଡି, ପାସେଞ୍ଜର ଗାଡି ଏବଂ ଜାଗୁଆର୍ ଲାଣ୍ଡ୍ ରୋଭର ଅଲଗା ଅଲଗା କୌଶଳ ଆପଣାଇ କାମ କରୁଛନ୍ତି । ୨୦୨୧ ମସିହାରୁ କମ୍ପାନୀର ୩ ଭିନ୍ନ ସିଇଓ ଚୟନ କରାଯାଇ କାମ ଚାଲିଛି ।

- Advertisement -

ଟାଟା ସନ୍ସର ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖରନ୍ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ଟାଟା ମୋଟର୍ସ ଗତ କିଛି ବର୍ଷରେ ଭଲ ପ୍ରଦର୍ଶନ କରିଆସୁଛି । ୩ ବିଭାଗକୁ ସ୍ବତନ୍ତ୍ର କରାଯାଇଛି ଯାହା ଫଳରେ ସବୁ ବିଭାଗ ଭଲ ଫଳାଫଳ ବାହାର କରିପାରୁଛନ୍ତି । ତେବେ ଆଗକୁ ନିଆଯିବାକୁ ଥିବା ଏହି ନିଷ୍ପତ୍ତି ଫଳରେ ବଜାରର ଫାଇଦା ହେବା ସହ ଉପଭୋକ୍ତାଙ୍କର ମଧ୍ୟ ଫାଇଦା ହେବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories