ସ୍ବର୍ଣ୍ଣ ଋଣ ଉପରେ ରିଜର୍ଭ ବ୍ୟାଙ୍କର କଟକଣା
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ନନ୍-ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ ଆଇଆଇଏଫଏଲ୍ ଫାଇନାନ୍ସ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ରିଜର୍ଭ ବ୍ୟାଙ୍କ ଆଇଆଇଏଫଏଲକୁ ନୂଆ ସ୍ବର୍ଣ୍ଣ ଋଣ ଜାରି କରିବା ଉପରେ ରୋକ ଲଗାଇ ଦେଇଛି । ତେବେ ପୂର୍ବରୁ ଜାରି ସ୍ବର୍ଣ୍ଣ ଋଣ ଚାଲୁ ରହିବ ।
ରିଜର୍ଭ ବ୍ୟାଙ୍କ ପରିଚାଳନାଗତ ସମସ୍ୟାକୁ ଦେଖି ଆଇଆଇଏଫଏଲ୍ ଫାଇନାନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । କେନ୍ଦ୍ର ବ୍ୟାଙ୍କର କହିବାନୁସାରେ ସଂସ୍ଥାର ଅନେକ ତ୍ରୁଟି ସାମ୍ନାକୁ ଆସିଛି । କମ୍ପାନୀର ସମସ୍ତ ଅପରେସନର ସ୍ବତନ୍ତ୍ର ଅଡିଟ୍ ହେବ । ସ୍ବତନ୍ତ୍ର ଅଡିଟ୍ ପରେ କଟକଣା ଉପରେ ପୁଣି ବିଚାର କରାଯିବ । କହିରଖୁଛୁ ସୋମବାର ସଂସ୍ଥାର ଷ୍ଟକ୍ ୩.୩୫ ପ୍ରତିଶତ ହ୍ରାସ ପାଇ ୫୯୮.୧୦ ସ୍ତରରେ ବନ୍ଦ ହୋଇଛି ।
Comments are closed.