www.samajalive.in
Wednesday, December 10, 2025
26.1 C
Bhubaneswar

ଅଙ୍ଗଦାନ କରି ହେଲେ ଅମର: ସୁନା ଶୁଭଜିତଙ୍କୁ ଅଶ୍ରୁଳ ବିଦାୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ସୁନା ପୁଅ ଅଙ୍ଗଦାନ କରି ହୋଇଛି ଅମର। ପୁଅକୁ ଆଜି ବାପାମା’ ଓ ବନ୍ଧୁପରିଜନ ଦେଇଛନ୍ତି ଅଶ୍ରୁଳ ବିଦାୟ। ଏହାସହିତ ଅଙ୍ଗଦାନ କରିଥିବା ସୁନା ପୁଅକୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦିଆଯାଇଛି ଅନ୍ତିମ ବିଦାୟ। ଭୁବନେଶ୍ବରର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଶୁଭଜିତଙ୍କ ଶେଷକୃତ୍ୟ ସତ୍ୟନଗର ଶ୍ମଶାନରେ ସମ୍ପନ୍ନ ହୋଇଛି।

ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ଅବ୍ୟବହିତ ପୂର୍ବରୁ ସୁନା ପୁଅ ଶୁଭଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ସତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଓ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ କମିଶନରେଟ ପୁଲିସ ପକ୍ଷରୁ ଶୁଭୋଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହାପରେ ସତ୍ୟନଗର ଶ୍ମଶାନରେ ଶୁଭଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

- Advertisement -

ଭୁବନେଶ୍ବର କଳ୍ପନା ଅଞ୍ଚଳରେ ରହୁଥିବା ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଶୁଭୋଜିତ ଓରଫ ପ୍ରେମ୍ ବିଜେଇଏମ୍‌ ସ୍କୁଲରେ ପଢୁଥିଲେ ଏବଂ ସେ ଜଣେ ଦ୍ବିତୀୟ ଶ୍ରେଣୀର ମେଧାବୀ ଛାତ୍ର ଥିଲେ। ଗତ ବୁଧବାର ପରୀକ୍ଷା ଦେବାକୁ ଯାଇଥିବାବେଳେ ଶ୍ରେଣୀ ଗୃହରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା ଶୁଭୋଜିତ। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପରିବାର ଲୋକଙ୍କୁ ଜଣାଇବା ସହ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ। ମସ୍ତିଷ୍କ ରୋଗରେ ପୀଡ଼ିତ ଥିବା ଶୁଭଜିତଙ୍କୁ ଡାକ୍ତର ବ୍ରେନ ଡେଡ୍ ଘୋଷଣା କରିଥିଲେ। ଶନିବାର ବ୍ରେନ୍ ଡେଡ୍ ହେବାପରେ ପରିବାର ଲୋକ ପୁଅର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ସୁନାପୁଅ ଶୁଭଜିତ ଶରୀରର ୮ଟି ପ୍ରମୁଖ ଅଙ୍ଗକୁ ଦାନ କରିଦେଇଛନ୍ତି ବାପାମାଆ। ପୁଅ ସିନା ଚାଲିଗଲା ହେଲେ ତାରି ଅଙ୍ଗରେ ଏକାଧିକ ଜୀବନ ଭିତରେ ସେ ସବୁଦିନ ପାଇଁ ଅମର ହୋଇ ରହିବ ବୋଲି ବାପାମା’ ପ୍ରକାଶ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories