www.samajalive.in
Saturday, December 13, 2025
27.1 C
Bhubaneswar

ମନ୍ତ୍ରୀଙ୍କ ଦ୍ୱାରା କଣ୍ଡରା, କାଚପାଜୁ ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ପଞ୍ଚାୟତର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା କଣ୍ଡରା, କାଚପାଜୁ ରାସ୍ତା ନିର୍ମାଣ ପାଇଁ ରବିବାର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୨କୋଟି ୧୬ଲକ୍ଷ ଟଙ୍କା ବ୍ୟୟବରାଦରେ ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟରାଜପଥରୁ ଦୁର୍ଗମ କଣ୍ଡରା, କାଚପାଜୁ, ସୁଲକେଟିକୁ ୧୨କିଲୋମିଟର ଉନ୍ନତମାନର ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ରାସ୍ତା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ପରେ ଦୁର୍ଗମ ଅଞ୍ଚଳବାସୀ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହେବା ସହିତ ସେମାନେ ବିକାଶର ନୂଆ ସୂର୍ଯ୍ୟ ଦେଖିବେ। ଏହି ଘଟଣା ବାରମ୍ବାର ‘ସମାଜ’ ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ଗତ ମଇ ୨୦୨୩ରେ ବୌଦ୍ଧର ତତ୍କାଳୀନ ଜିଲାପାଳ ସତ୍ୟରଞ୍ଜନ ସାହୁ ଟାଣ ଖରାରେ ଲାଇନ ଡିପାର୍ଟମେଣ୍ଟ ସହିତ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ପାଖରୁ ଦେଖିବା ପରେ ତାଙ୍କ ଉଦ୍ୟମରେ ସରକାରଙ୍କୁ ଜାତୀୟ ରାଜପଥଠାରୁ କଣ୍ଡରା, କାଚପାଜୁ ସଡକ ପ୍ରକଳ୍ପ ଅନୁମୋଦନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏକ ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ପଠାଇଥିଲେ। ବିଳମ୍ବରେ ହେଉ ପଛେ ରାଜ୍ୟ ସରକାରଙ୍କ ପକ୍ଷରୁ କଣ୍ଡରା-କାଚପାଜୁ ରାସ୍ତା ନିର୍ମାଣ ପାଇଁ ୧୨କୋଟି ୧୬ଲକ୍ଷ ଟଙ୍କା ମଞ୍ଜୁର ପରେ ସେମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ପୂର୍ବରୁ ସରକାରଙ୍କ ଅନୁମୋଦନ ନିମନ୍ତେ ନିଜ ପକ୍ଷରୁ କିଛି ମାସ ତଳେ ପ୍ରସ୍ତାବ ମଧ୍ୟ ଦେଇଥିଲେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories