www.samajalive.in
Saturday, December 13, 2025
27.1 C
Bhubaneswar

ଗାଡି ନୁହେଁ, ଚଳନ୍ତା ଘର: ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଅନେକ ଲୋକଙ୍କୁ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଭଲଲାଗେ । ତେବେ ଅନେକ ସ୍ଥାନରେ ନିଜ ପସନ୍ଦର ଖାଦ୍ୟ ମିଳିନଥାଏ । ଯାତ୍ରା ସହିତ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଚଳନ୍ତା ରୋଷେଇ ଘର ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ଏହି ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

 

View this post on Instagram

 

A post shared by Kapil Sharma (@ghumakkad_bugz)

- Advertisement -

ଭିଡିଓରେ ଏକ ଗାଡି ନଜର ଆସୁଛି ଯେଉଁଥିରେ ରୋଷେଇ ଘର ଏବଂ ଶୋଇବା ଘର ରହିଛି । ଏହି ଗାଡିକୁ ଧରି ପରିବାର ଭ୍ରମଣ କରିବାକୁ ଯାଆନ୍ତି ଏବଂ ଯେଉଁଠି ସୁବିଧା ସେଠାରେ ରୋଷେଇ କରି ବିଶ୍ରାମ ମଧ୍ୟ କରନ୍ତି । ରୋଷେଇ ପାଇଁ ସେହି ଗାଡିରେ ବିଭିନ୍ନ ସରଞ୍ଜାମ, ମସଲା, ରୋଷେଇ ସାମଗ୍ରୀ ଆଦି ରହିଛି । ୪ ସଦସ୍ୟ ବିଶିଷ୍ଟ ପରିବାର ବିନା କୌଣସି ହୋଟେଲରେ ରହି ଯାତ୍ରା କରନ୍ତି ।

ଭିଡିଓ ସାମାଜିକ ଗଣମାଧ୍ୟମରେ ନଜର ଆସିବା ପରେ ସମସ୍ତେ ଏହି ଗାଡି ବିଷୟରେ ଜାଣିବା ପାଇଁ ଅଧିକ ଉତ୍ସାହିତ ହୋଇପଡିଛନ୍ତି । ଗାଡିକୁ ଏମିତି ସଜାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହେଲା ବୋଲି ସମସ୍ତେ ପ୍ରତିକ୍ରିୟା ରଖି ପଚାରୁଛନ୍ତି ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories