www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପିରେ ମିଶିବେ ପୂର୍ବତନ ବିଧାୟକ ସନାତନ ମହାକୁଡ ?

ପାଟଣା: ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଖୁବଶୀଘ୍ର ବିଜେପିରେ ମିଶିବା ନେଇ ପାଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ସତ୍ୟରେ ପରିଣତ ହେଲେ ଏହା ବିଜୁ ଜନତା ଦଳ ପାଇଁ ପାଟଣା ଅଞ୍ଚଳରେ ଚିନ୍ତାର କାରଣ ହେବା ଆଶଙ୍କା କରାଯାଉଛି। କାରଣ ସନାତନ ମହାକୁଡଙ୍କର ସମଗ୍ର ଜିଲାରେ ନିଜସ୍ଵ ସଂଗଠନ ରହିଥିବା ବେଳେ ଗତ ଶୀତ ଋତୁରେ ସେ ଜନସାଧାରଣଙ୍କ ସହ ଯୋଡି ହୋଇ ରହିବା ପାଇଁ ପାଟଣା ଓ ସାହାରପଡା ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ନିଜ କର୍ମୀଙ୍କ ଜରିଆରେ ଗରିବ ଓ ଅସହାୟ ପରିବାରଙ୍କୁ କମ୍ବଳ ବଣ୍ଟନ କରିଛନ୍ତି। ଏପରିକି ୨୦୧୯ ନିର୍ବାଚନରେ ନିଜେ ଶ୍ରୀ ମହାକୁଡ ବିଜୁ ଜନତା ଦଳ ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କ ପାଇଁ ସିଧାସଳଖ ନିର୍ବାଚନ ପ୍ରଚାର କରି ଜଗନ୍ନାଥଙ୍କୁ ଭୋଟ ଦେବାକୁ ନିଜର ସମର୍ଥକ ଓ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଗତ ଥର ବିଜେପିର ବିଦ୍ରୋହୀ ପ୍ରାର୍ଥୀ ୮ ହଜାର ଭୋଟ ପାଇବା ଓ ସନାତନଙ୍କ ସମର୍ଥନ କାରଣରୁ ପାଟଣାରେ ବିଜୁ ଜନତା ଦଳ ପ୍ରବଳ ସଂଘର୍ଷ କରି ବିଜୟ ଲାଭ କରିଥିଲା। ଯଦି ପୂର୍ବ ଭଳି ସନାତନ ବିଜୁ ଜନତା ଦଳକୁ ସମର୍ଥନ ନ କରି ବିଜେପିରେ ଯୋଗ ଦିଅନ୍ତି ତେବେ ସମଗ୍ର ଜିଲାରେ ବିଜେପି ପୂର୍ବାପେକ୍ଷା ସୁଦୃଢ ହେବା ସହ ପାଟଣା ଅଞ୍ଚଳରେ ମଧ୍ୟ ଅଧିକ ସୁଦୃଢ ହେବାର ସମ୍ଭାବନା ରହିଛି। ତେବେ ଚର୍ଚ୍ଚା ପଛରେ କେତେ ସତ୍ୟତା ରହିଛି ତାହା ୩ରୁ ୪ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ତାଙ୍କର ଜଣେ ଦୃଢ ସମର୍ଥକଙ୍କଠାରୁ ସୂଚନା ମିଳିଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories