www.samajalive.in
Sunday, December 14, 2025
18.1 C
Bhubaneswar

୭ରେ ସବୁ ପେଟ୍ରୋଲ ପମ୍ପ ଆଗରେ ବିଜେଡିର ଧାରଣା

କଟକ: ତୈଳ ଦର ବୃଦ୍ଧିକୁ ଦୃଢ ବିରୋଧ କରାଯିବା ସହ କେନ୍ଦ୍ର ସରକାରଙ୍କ ଜନସ୍ବାର୍ଥ ବିରୋଧୀ ନୀତିର ପର୍ଦ୍ଦାଫାସ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଆସନ୍ତା ୭ରେ ବିଜୁ ଛାତ୍ର ଓ ଯୁବ ବିଜୁ ଜନତା ଦଳ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ସକାଳ ୯ଟାରୁ ୧୨ଟା ପର୍ୟ୍ୟନ୍ତ ଶାନ୍ତି ପୂର୍ଣ୍ଣ ଧାରଣା ଦେବ ବୋଲି ଚେତାବନୀ ଦିଆଯାଇଛି ।

ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁଁ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପେଟ୍ରୋଲ ମୂଲ୍ୟ ୪ ବର୍ଷରେ ସର୍ବାଧିକ ଓ ଡିଜେଲ ଦର ମୂଲ୍ୟ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ତୈଳ ଦର ବୃଦ୍ଧି ଅର୍ଥନୀତିକୁ ପ୍ରଭାବିତ କରିଛି । କେନ୍ଦ୍ର ସରକାର ତୈଳ ବୃଦ୍ଧିକୁ ନେଇ କୌଣସି ସ୍ପଷ୍ଟ ମତ ରଖୁ ନ ଥିବାବେଳେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତି କରୁଛନ୍ତି । ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କ୍ଷୋଭ ପ୍ରକାଶ କରିଛି ।

- Advertisement -

ସୂଚନାଯୋଗ୍ୟ, ୨୦୧୪ ଜୁଲାଇ ୧୦ରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପ୍ରତି ଲିଟର ପେଟ୍ରୋଲ ଉପରେ ୯ ଟଙ୍କା ୨୦ ପଇସା ଥିଲା । କିନ୍ତୁ ଏହା ପାଖାପାଖି ୨୦୦ ପ୍ରତିଶତ ବୃଦ୍ଧି ପାଇ ୨୦୧୮ ଫେବୃୟାରୀ ୨ରେ ପ୍ରତି ଲିଟର ୧୯.୪୮ ଟଙ୍କାରେ ପହଁଚିଛି । ସେହିପରି ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ ୨୦୧୪ରେ ୩.୪୬ ଟଙ୍କା ପ୍ରତି ଲିଟର ଥିବାବେଳେ ଏହା ୨୦୧୮ରେ ୫୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ଲିଟର ପିଛା ୧୫.୩୩ ଟଙ୍କାରେ ପହଁଚିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories