www.samajalive.in
Sunday, December 14, 2025
26.1 C
Bhubaneswar

ମିଥ୍ୟା ଖବର ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ

ନୂଆଦିଲ୍ଲୀ: ମିଥ୍ୟା ଖବର ପ୍ରକାଶ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଜାରି କରିଥିବା ମାର୍ଗଦର୍ଶିକାକୁ ପ୍ରତ୍ୟାହର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦେଶ ଦେଇଛନ୍ତି ।  ସୋମବାରରେ ମିଥ୍ୟା ଖବର  ବା ଫେକ୍‌ ନିଉଜ୍‌ ଦେଉଥିବା  ଖବର ଦାତଙ୍କ ମାନ୍ୟତା ପ୍ରଥମ ଥର  ୬ ମାସ, ଦ୍ୱିତୀୟ ଥର ପାଇଁ  ଏକ ବର୍ଷ ଓ ତୃତୀୟ ଥର ଫେକ୍‌ ନିଉଜ୍‌ ଦେଲେ ସ୍ଥାୟୀ ଭାବେ ମାନ୍ୟତା  ରଦ୍ଦ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ମାର୍ଗ ଦର୍ଶିକା ଜାରି କରାଯାଇଥିଲା  । ସ୍ମୃତି ଇରାନୀ  ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଛନ୍ତି । ତେବେ ଏହାର ଅପ ବ୍ୟବହାର ନେଇ ଅନେକ ପ୍ରଶ୍ନ ଉଠିଥିଲା । ସାଧୁତାର ସହ କାମ କରୁଥିବା ସାମ୍ବାଦିକମାନଙ୍କୁ ବି ଏହି ମାର୍ଗ ଦର୍ଶିକା ଅନୁସାରେ ହଇରାଣ କରାଯାଇ ପାରେ ବୋଲି ଅନେକ ପ୍ରଶ୍ନ ଉଠାଇଥିଲା ।

ଏହାକୁ ନେଇ  ଅନେକ ପ୍ରଶ୍ନ କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାରୁ ମାର୍ଗ ଦର୍ଶିକାକୁ  ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ନିର୍ଦେଶ ଦେଇଛନ୍ତି ।  ଭାରତୀୟ ପ୍ରେସ ପରିଷଦ ଓ ବୈଦ୍ୟୁତିକ ଗଣ ମାଧ୍ୟମ ହୋଇଥିଲେ  ବ୍ରୋଡ କାଷ୍ଟର ଆସୋସିଏସନ୍‌ ବା ଏନ୍‌ବିଏକୁ ଏହାର ବିଚାର ପାଇଁ ପଠାଇବା ପାଇଁ ପରାମର୍ଶ ଦିଆଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories