www.samajalive.in
Sunday, December 14, 2025
16.1 C
Bhubaneswar

କାଫେ ବିସ୍ଫୋରଣ ; ମୁଣ୍ଡରେ ଟୋପି,ମାସ୍କ, ହାତରେ ଆଇଇଡି ବ୍ୟାଗ୍‌‌ ଧରି ପଶିଲା ଯୁବକ .. ଭିଡିଓ ଭାଇରାଲ..

ବେଙ୍ଗାଲୁରୁ : ରାମେଶ୍ୱରମ କାଫେରେ ହୋଇଥିବା ବିସ୍ଫୋରଣ ଘଟଣାରେ ବେଙ୍ଗାଲୁରୁ ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି। ସେ ବେଙ୍ଗାଲୁରୁର ବାସିନ୍ଦା ବୋଲି ଜଣାପଡିଛି।
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ଶୁକ୍ରବାର (ମାର୍ଚ୍ଚ୧)ରେ ବିସ୍ଫୋରଣ ଘଟିଥିଲା। କାଫେରେ ରଖାଯାଇଥିବା ଏକ ବିସ୍ଫୋରକ ବ୍ୟାଗ୍‌‌ ଦ୍ୱାରା ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣର ଗୋଟିଏ ଦିନ ପରେ ମାର୍ଚ୍ଚ୨ରେ ବ୍ୟାଗ୍‌‌ ରଖିଥିବା ସନ୍ଦିଗ୍ଧ ବ୍ୟକ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ୍‌‌ରେ ଦେଖାଯାଇଛି ଯେ ବ୍ୟକ୍ତି ଜଣକ ମୁଣ୍ଡରେ ଟୋପି, ମାସ୍କ ଓ ହାତରେ ଏକ ବ୍ୟାଗ୍‌‌ ଧରି କାଫେ ଭିତରକୁ ଯାଇ ସେଠାରେ ରଖି ଦେଇ ବାହାରକୁ ପଳାଇ ଆସୁଛି। ବେଙ୍ଗାଲୁରୁର ହ୍ୱାଇଟ୍‌‌ ଫିଲ୍ଡ ଅଞ୍ଚଳରେ ସ୍ଥିତ ରାମେଶ୍ୱର କାଫେ ସହରର ସବୁଠାରୁ ପ୍ରସିଦ୍ଧ କାଫେ ମଧ୍ୟରୁ ଗୋଟିଏ। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ସନ୍ଦିଗ୍ଧ ସହ ଦେଖାଯାଇଥିବା ଅନ୍ୟ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି। ପୁଲିସ ପଚରାଉଚରା ଜାରି ରଖିଛି।


ସିସିଟିଭିରେ ଦେଖାଯାଉଛି, ବିସ୍ଫୋରଣ କରିଥିବା ମୁଖ୍ୟ ସନ୍ଦିଗ୍ଧ ନିଜ ମୁହଁରେ ମାସ୍କ ପିନ୍ଧିଛି। ଚଷମା ମଧ୍ୟ ପିନ୍ଧିବା ସହ ମୁଣ୍ଡରେ ଟୋପି ପିନ୍ଧିଛି। କାଫେ ଭିତରେ ଇଟିଲୀ ନେଇ ଯାଉଛି। ରାମେଶ୍ୱରମ କାଫେରେ ହୋଇଥିବା ବିସ୍ଫୋରଣ ଶୁକ୍ରବାର ମଧ୍ୟାହ୍ନ ୧୨ଟା ୫୦ ରୁ ୧ଟା ମଧ୍ୟରେ ହୋଇଥିଲା। ବିସ୍ଫୋରଣ କାରଣରୁ ୧୦ ଜଣ ଆହତ ହୋଇଛନ୍ତି।

- Advertisement -

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱରମ କହିଛନ୍ତି, ‘ଆମେ ଅନେକ ଦଳ ଗଠନ କରିଛୁ। ଆମେ ସିସିଟିଭି ଫୁଟେଜରୁ କିଛି ପ୍ରମାଣ ସଂଗ୍ରହ କରିଛୁ। ବିସ୍ଫୋରଣ ସମୟରେ ଏକ ବିଏମଟିସି ବସ୍ ଦେଇ ଯାଉଥିଲା। ସନ୍ଦିଗ୍ଧ ବସ୍ ଯୋଗେ ଆସିଥିବାର ଆମେ ସୂଚନା ପାଇଛୁ।

ସେ କହିଛନ୍ତି, ‘ଆମ ଦଳ ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି। ବିସ୍ଫୋରଣ ପାଇଁ ଏକ ଟାଇମର୍ ବ୍ୟବହାର କରାଯାଇଥିଲା। ଫୋରେନସିକ୍ ଟିମ୍ କାମ କରୁଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଉଚ୍ଚସ୍ତରୀୟ ପୁଲିସ ଅଧିକାରୀଙ୍କ ସହ ବୈଠକରେ ଅଧ୍ୟକ୍ଷତା କରିବେ ଯେଉଁଥିରେ ବିସ୍ଫୋରଣ ବିଷୟରେ ଆଲୋଚନା ହେବ।

ବେଙ୍ଗାଲୁରୁ ପୁଲିସ ଏହି ବିସ୍ଫୋରଣ ସଂପର୍କରେ ବେଆଇନ କାର୍ଯ୍ୟକଳାପ ଅଧିନିୟମ ଏବଂ ବିସ୍ଫୋରକ ପଦାର୍ଥ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories