www.samajalive.in
Friday, December 5, 2025
20.1 C
Bhubaneswar

ତମାଖୁ ବ୍ୟବସାୟୀଙ୍କ ଘରେ ଚଢାଉ: କୋଟି କୋଟି ଟଙ୍କା ଠାବ, ବିଳାସପୂର୍ଣ୍ଣ କାର ଜବତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ବଡ ଧରଣର ଚଢାଉ କରିଛି ଆୟକର ବିଭାଗ। ଏଠାରେ ଥିବା ବଂଶୀଧର ତମାଖୁ କମ୍ପାନୀର ମୁଖ୍ୟାଳୟରେ ଚଢାଉ କରାଯାଇଛି। ଏହା ସହିତ ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ସମେତ ୨୦ଟି ସ୍ଥାନାରେ ଏକକାଳୀନ ଚଢାଉ କରିଛି ଆୟକର ବିଭାଗ। କମ୍ପାନୀର କାରବାରୀ ୧୦୦-୧୫୦କୋଟି ହେଉଥିବା ବେଳେ ଆୟକର ବିଭାଗ ପାଖରେ କମ୍ପାନୀ ୨୦ରୁ ୨୫ କୋଟି କାରବାର ଦର୍ଶାଇଥିବା ଅଭିଯୋଗ ହୋଇଛି। ଚଢାଉ ବେଳେ ଏତେ ପରିମାଣର ଅର୍ଥ ଠାବ ହେବା ପରେ ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଖାଲି ସେତିକି ନୁହେଁ କମ୍ପାନୀର ମାଲିକ କେ.କେ ମିଶ୍ରାଙ୍କ ପୁଅ ଶିବମଙ୍କର ବିଳାସପୂର୍ଣ୍ଣ କାର ଏବଂ ବାଇକ ମଧ୍ୟ ଜବତ କରାଯାଇଛି। ଗତ ୨୯ ତାରିଖରେ ଆୟକର ବିଭାଗ କମ୍ପାନୀରେ ଚଢାଉ କରିଥିଲା। ଶୁକ୍ରବାର ଦିଲ୍ଲୀ ସ୍ଥିତ ଘରେ ଚଢାଉ ବେଳେ ଏତେ ପରିମାଣର ଟଙ୍କା, କୋଟି କୋଟି ଟଙ୍କାର ଗାଡି ଠାବ କରି ଚକିତ ହୋଇଥିଲେ ଆୟକର ଅଧିକାରୀ। ଚଢାଉ ସମୟରେ ୧୬କୋଟି ଟଙ୍କାର ଦାମୀ ଗାଡି ଜବତ ହୋଇଥିବା ବେଳେ ୪.୫କୋଟି ନଗଦ ଟଙ୍କା ଜବତ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories