ପୁଣି ୪ ଆଇପିଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର
ଡେସ୍କ: ରାଜ୍ୟ ସରକାର ଆଜି ୪ ଜଣ ଆଇପିଏସ ଅଧିକାରୀଙ୍କ ବଦଳି କରିଛନ୍ତି। ବର୍ତ୍ତମାନ ତାଳଚେର ଏନସିଆରର ଆଇଜିପି ଏବଂ ଅନୁଗୁଳ ପିଟିସିର ଅଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱରେ ଥିବା ଆଇପିଏସ୍ ଅଧିକାରୀ ଡ. ଦୀପକ କୁମାରଙ୍କୁ ବାଲେଶ୍ୱର ପୂର୍ବ ରେଞ୍ଜ ଆଇଜିପି ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ବାଲେଶ୍ୱରର ପୂର୍ବାଞ୍ଚଳ ରେଞ୍ଜ ଆଇଜିପି ଭାବେ କାର୍ଯ୍ୟରତ ସତ୍ୟବ୍ରତ ଭୋଇଙ୍କୁ ତାଳଚେର ଏନସିଆରର ଆଇଜିପି ଭାବେ ବଦଳି କରାଯାଇ ଅନୁଗୁଳ ପିଟିସିର ପ୍ରିନ୍ସିପାଲ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସେହିପରି ବର୍ତ୍ତମାନ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ବନୋଥ ଯୁଗଳ କିଶୋର କୁମାରଙ୍କୁ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି କରାଯାଇଛି। ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଭାବେ ଆଇପିଏସ୍ ସିଦ୍ଧାର୍ଥ କଟାରିଆଙ୍କୁ ବଦଳି କରାଯାଇ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ଭାବେ ଅବସ୍ଥାପିତ କରାଯାଇଛି।
Comments are closed.