www.samajalive.in
Tuesday, December 9, 2025
19.1 C
Bhubaneswar

ପ୍ୟାକ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭବାନୀପାଟଣା: ତିନି ଦଫା ଦାବି ନେଇ ଶୁକ୍ରବାରଠାରୁ ସମବାୟ ସମିତି ବା ପ୍ୟାକ୍ସ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କମନ କ୍ୟାଡ଼ର ରୁଲ ଲାଗୁ, ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ, ଷଷ୍ଠ ବେତେନ କମିଶନର ମହଙ୍ଗା ଭତ୍ତା ୧୬୪ ରୁ ୨୩୦ ପ୍ରତିଶତକୁ ବୃଦ୍ଧି ଦାବି କରି ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏସବୁ ଦାବିକୁ ସରକାର ନିୟମ ଅନ୍ତର୍ଭୁକ୍ତ କରି ବୋର୍ଡକୁ ନିର୍ଦ୍ଦେଶ ଦେଲେ ଉକ୍ତ ପ୍ରାପ୍ୟ ମିଳିବ। ତେବେ ପ୍ୟାକ୍ସ କମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରବି ଚାଷର ଚାଷୀ ପଞ୍ଜିକରଣ, ସିବିଏସ, ଅନଲାଇନ୍ କାମ ସବୁ ବନ୍ଦ ହୋଇଯିବାର ଆଶଙ୍କା ରହିଛି। ଫଳରେ ଚାଷୀ ଅସୁବିଧାର ସମ୍ମୁଖୀନ ହେବା ହିଁ ସାର ହେବ। ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ସବୁ ଜିଲ୍ଲାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଏଣୁ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି। ସଂଘର ଜିଲ୍ଲା ସଭାପତି ସୁରେନ୍ଦ୍ର ପ୍ରଧାନ, ଉପ ସଭାପତି ନିରଞ୍ଜନ ବାଗଙ୍କ ନେତୃତ୍ୱରେ ପ୍ରାୟ ୧୫୦ ଜଣ କର୍ମଚାରୀ ସ୍ଥାନୀୟ ସମବାୟ ସମିତି ସମୂହ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories