www.samajalive.in
Sunday, December 14, 2025
14.1 C
Bhubaneswar

ସଂସଦ ପୁଣି ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ସଂସଦକୁ ପୁନଃ ଦିନକ ପାଇଁ ମୁଲତବୀ ରଖିବାକୁ ପଡିଛି। ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ରାଫେଲ ଦୁର୍ନୀତି ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡିକ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ କରିଥିଲେ। ରାଫେଲ ଦୁର୍ନୀତି ପ୍ରତିବାଦରେ ଶୂନ୍ୟକାଳରେ କଂଗ୍ରେସ ଏବଂ ଆମ୍‍ ଆଦମୀ ପାର୍ଟି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ। ସେହିଭଳି ମୁଜାଫରପୁର ଆଶ୍ରୟସ୍ଥଳ ନାବାଳିକା ଯୌନନିର୍ଯାତନା ପ୍ରତିବାଦରେ ଆର୍‍ଜେଡି ସାଂସଦ ଜେପି ଯାଦବ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ। ଦୁଇଥର ଗୃହକାର୍ଯ୍ୟ ମୁଲତବୀ ରହିବା ପରେ ମଧ୍ୟାହ୍ନ ୧୨ଟାରେ ପୁନଃ କାର୍ଯ୍ୟାରମ୍ଭ ହୋଇଥିଲା; ମାତ୍ର କଂଗ୍ରେସ, ଟିଡିପି ଏବଂ ଶିବସେନାର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହଲ୍ଲା କରିଥିଲେ। ଶେଷରେ ବାଚସ୍ପତି ସୁମିତ୍ରା ମହାଜନ ଲୋକସଭାକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ସମାନ କାରଣରୁ ରାଜ୍ୟସଭାକୁ ମଧ୍ୟ ଦିନକ ପାଇଁ ମୁଲତବୀ ରଖାଯାଇଛି। ଅନ୍ୟପଟେ ଟିଡିପି ସାଂସଦ ନରମାଳୀ ଶିବପ୍ରସାଦ ଆନ୍ଧ୍ରପ୍ରଦେଶ ପାଇଁ ବିଭିନ୍ନ ଦାବି ନେଇ ଯାଦୁକର ବେଶରେ ସଂସଦକୁ ଆସିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ସେ ସ୍କୁଲ ପିଲା, ନାରଦ ମୁନି ଏବଂ ହିଟଲରଙ୍କ ଭଳି ଚର୍ଚ୍ଚିତ ବ୍ୟକ୍ତିଙ୍କ ବେଶରେ ସଂସଦକୁ ଆସିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories