ନୂଆଦିଲ୍ଲୀ: ରାଫେଲ ଯୁଦ୍ଧବିମାନ କ୍ରୟ ବୁଝାମଣାରେ ଅନିୟମିତତା ଅଭିଯୋଗ ହୋଇଛି। ଏହି ଅନିୟମିତତା ଅଭିଯୋଗର ତଦନ୍ତ ଅଦାଲତଙ୍କ ତତ୍ତ୍ବାବଧାନରେ ସିବିଆଇ ଦ୍ବାରା କରିବା ଲାଗି ହୋଇଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେବେ। ନଭେମ୍ବର ୧୪ରେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଥିବାବେଳେ ଶୁକ୍ରବାର ଏହା ପ୍ରକାଶ ପାଇବ। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ପ୍ରଶାନ୍ତ ଭୂଷଣ, ଅରୁଣ ସୌରୀ, ୟଶୱନ୍ତ ସିହ୍ନା,ସଞ୍ଜୟ ସିଂହ, ଏମଏଲ ଶର୍ମା ଓ ବିନୀତ ଧାଣ୍ଡା କହିଛନ୍ତି ଯେ ଏହି ବୁଝାମଣାରେ ସ୍ବଚ୍ଛତା ନାହିଁ। ଏକ ଘରୋଇ କମ୍ପାନୀକୁ ଫାଇଦା ଦେବା ଉଦ୍ଦେଶ୍ୟରେ ଭାରତ ସରକାର ଫ୍ରାନ୍ସ ସହିତ ଏହି ବୁଝାମଣା କରିଛନ୍ତି। ଏହି ବୁଝାମଣା ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ନୁହେଁ; ବରଂ ଏହା ଦୁଇ କମ୍ପାନୀ ମଧ୍ୟରେ ହୋଇଛି। ଏହିସବୁ ଅଭିଯୋଗକୁ ଭାରତ ସରକାର ଖଣ୍ଡନ କରିଛନ୍ତି। ଏହି ବୁଝାମଣା ସମ୍ପର୍କରେ ତଥ୍ୟ ଦେବାକୁ ସରକାର ମନା କରିଛନ୍ତି।
Popular Categories



