www.samajalive.in
Friday, December 5, 2025
20.1 C
Bhubaneswar

ଗଛ କଟାକୁ କେନ୍ଦ୍ର କରି ମାରପିଟ

ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବନାଞ୍ଚଳ ଅଧୀନରେ ଥିବା ଯୋକା ବିଟ ଅନ୍ତର୍ଗତ ପାକଟିଆ ଜଙ୍ଗଲରେ ଗଛ କଟାକୁ କେନ୍ଦ୍ର କରି ମାରପିଟ ଲାଗିଥିଲେ ଫରେଷ୍ଟ ଗାର୍ଡ ଓ ସ୍ଥାନୀୟ ଗ୍ରାମବାସୀ । ଫଳରେ ଅଭାବନୀୟ ସ୍ଥିତି ଉପୁଜିଛି । ପ୍ରାପ୍ତ ସୂଚନା ଅନୁସାରେ, ଯୋକା ବିଟରେ କାର୍ଯ୍ୟରତ ବୁଧୁରାମ ସିଂ ନାମକ ବନ କର୍ମଚାରୀ ଜଙ୍ଗଲରୁ ଶାଳ ଗଛ କାଟୁଥିବା ବେଳେ ଖବର ପାଇ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚିଥିଲେ। ଗଛ କଣ ପାଇଁ କାଟୁଛ କହି ବିରୋଧ କରିବାରୁ ସେ ସେମାନଙ୍କୁ ଧମକ ଦେଇଥିଲେ। ତେବେ ସ୍ଥାନୀୟ ଲୋକେ ଗଛ ଆମେ ରଖିଛୁ କାହିଁକି କାଟୁଛନ୍ତି ସେ ଆମର ଛୁଆ ଭଳି କହି ବିରୋଧ କରିଥିଲେ । ତେବେ ବୁଧୁରାମ କଥାକୁ ଏଡାଇ ଯୁକ୍ତି କରିବାରୁ ପରସ୍ପର ଭିତରେ ଧସ୍ତାଧସ୍ତି ହୋଇ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ତେବେ ଶେଷ ଖବର ସୁଦ୍ଧା ଥାନାରେ ଏଥିନେଇ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ଅନ୍ୟପକ୍ଷେ ବନପାଳ ଅଭିନାଶ ଗିରି କୁହନ୍ତି ଗ୍ରାମବାସୀ ମାନେ ଗଛ କାଟୁଥିବା ଖବର ପାଇଁ କର୍ମଚାରୀ ମାନେ ଯାଇଥିଲେ । ଏବିଷୟରେ ତଦନ୍ତ କରିବି ବୋଲି ରେଞ୍ଜ ଅଧିକାରୀ ମହେଶ୍ୱର ସିଂ କହିଛନ୍ତି ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories