www.samajalive.in
Saturday, December 6, 2025
17.1 C
Bhubaneswar

ସମ୍ବଲପୁର ପୁଲିସର ହାତରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ; ସୁନା ଦୋକାନ ଓ ପେଟ୍ରୋଲ ପମ୍ପକୁ କରୁଥିଲେ ଟାର୍ଗେଟ

ସମ୍ବଲପୁର : ସମ୍ବଲପୁର ପୁଲିସର ହାତରେ ଧରାପଡିଲେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଗତ ୧୨ ତାରିଖରେ ସ୍ପଷ୍ଟ ଦିବାଲୋକରେ ଅପରାହ୍ନ ପ୍ରାୟ ୨ଟା ୩୦ରେ ସମ୍ବଲପୁରର ଗୋବିନ୍ଦତୋଲା ସ୍ଥିତ ନ୍ୟୁ ପାୟଲ ସୁନା ଦୋକାନକୁ ଗ୍ରାହକ ବେଶରେ ପ୍ରବେଶ କରି ଲୁଟପାତର ଉଦ୍ୟମ କରିଥିଲେ। ତେବେ ଦୋକାନ ମାଲିକ ସୁଜିତ ସ୍ୱର୍ଣ୍ଣକାର, ତାଙ୍କର ଭାଇ ଓ କର୍ମଚାରୀ ମାନେ ବିରୋଧ କରିବାରୁ ମାଲିକ ସୁଜିତଙ୍କୁ ଗୁଳି ମାରି ଫେରାର ମାରିଥିଲେ। ଗୁରୁବାର ଏହି ଘଟଣା ସମେତ ଅନ୍ୟାନ୍ୟ ଡକାୟତି ଘଟଣାରେ ସଂପୃକ୍ତ ଏହି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ସମ୍ବଲପୁର ପୁଲିସ ଧରିବାରେ ସଫଳତା ହାସଲ କରିଛି ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଧରାଯାଇଥିବା ଡକାୟତ ମାନଙ୍କ ମଧ୍ୟରେ ଗ୍ୟାଙ୍ଗର ମୁଖିଆ ତଥା ବିହାର ସମସ୍ତିପୁରର ଜିଲାର ମୂଳ ନିବାସୀ ଓ ଏବେ ସ୍ଥାନୀୟ ଟାଙ୍ଗରପାଲି ଠାରେ ଘର ଭଡା ନେଇ ରହୁଥିବା ସଞ୍ଜୟ ସା ଓରଫ ସାହା (୪୫) ଏବଂ ବଲାଙ୍ଗୀର ଜିଲା ନିବାସୀ ଟିକେଶ୍ୱର ସାହୁ (୫୧) ରହିଛନ୍ତି। ଧରାପଡିଥିବା ୨ ଡକାୟତ ସମ୍ବଲପୁର ଠାରେ ରହି ସେମାନଙ୍କର ଅନ୍ୟ ସାଥି ମାନଙ୍କ ସହିତ ମିଳିତ ଭାବରେ ଡକାୟତି ଓ ଲୁଟପାତ କରୁଥିଲେ। ଗିରଫ ହୋଇଥିବା ଡକାୟତ ମାନଙ୍କ ନିକଟରୁ ପୁଲିସ ଲକ୍ଷାଧିକ ଟଙ୍କାର ଲୁଟ କରାଯାଇଥିବା ସୁନାଗହଣା, ଗୋଟିଏ ବିଦେଶୀ ଓ ୨ଟି ଦେଶୀ ପିସ୍ତଲ, ୭ଟି ଗୁଳି, ୨ଟି ମୋବାଇଲ ଫୋନ, ୨ଟି ବାଇକ, ନଗଦ ୯ ହଜାର ଟଙ୍କା, ୨ଟି ଛୁରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଏସପି ଶ୍ରୀ ଭାମୁ  କହିଛନ୍ତି ଯେ, ଗତ ୧୨ ତାରିଖ ଅପରାହ୍ନରେ ଗୋବିନ୍ଦତୋଲା ଠାରେ ଅଳଙ୍କାର ଦୋକାନରେ ହୋଇଥିବା ଲୁଟ ଉଦ୍ୟମ ଓ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ଧନୁପାଲି ପୁଲିସ, ସ୍ୱତନ୍ତ୍ର ସ୍କ୍ୱାର୍ଡ ସମେତ ବଛା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ୨ ଜଣ ଡକାୟତ ମାନଙ୍କୁ ଧରିବା ପରେ ପଚରାଉଚୁରା ସମୟରେ ଏହି ଗ୍ୟାଙ୍ଗର ମୁଖିଆ ସଞ୍ଜୟ ସା ସମ୍ବଲପୁରରେ ରହି ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡିକର ଟାର୍ଗେଟ କରୁଥିଲା ଏବଂ ଲକ୍ଷ୍ୟ ନିଶ୍ଚିତ କରିବା ପରେ ସମସ୍ତ ଯୋଜନା କରି ବିହାରରୁ ତାର ସାଥି ମାନଙ୍କୁ ଡାକି ବିଭିନ୍ନ ସ୍ଥାନରେ ଡକାୟତି କରୁଥିଲା। ସଞ୍ଜୟ ସା ର ସାଥି ଟିକେଶ୍ୱର ସାହୁ ସମ୍ବଲପୁରରେ ଲୁଚିବା ସହିତ ଫେରାର ହେବାରେ ପ୍ରମୁଖ ସହାୟକ ରୂପେ କାର୍ଯ୍ୟ କରୁଥିଲା। ପୁଲିସ ଜେରା ସମୟରେ ବିଗତ ବର୍ଷ ହୋଇଥିବା ଅନ୍ୟ ଡକାୟତି ଘଟଣା ଗୁଡିକରେ ସେମାନଙ୍କ ସଂପୃକ୍ତି ଥିବାର ସ୍ୱିକାର କରିଥିଲେ। ପୁଲିସ ଯାଞ୍ଚ ସମୟରେ ଗତ ୨୮ ଜୁଲାଇ ୨୦୨୩ରେ ସମ୍ବଲପୁର ଜିଲା ଶାସନ ଥାନା ଅର୍ନ୍ତଗତ ରାଧିକା ପେଟ୍ରୋଲ ପମ୍ପରେ ପିସ୍ତଲ ଦେଖାଇ ୧.୧୦ ଲକ୍ଷ ଟଙ୍କା ଲୁଟ, ୩୦ ଜୁଲାଇ ୨୦୨୩ରେ ସମ୍ବଲପୁର ଜିଲାର ସଦର ଥାନା ଅର୍ନ୍ତଗତ କିଶୋର ପେଟ୍ରୋଲ ପମ୍ପରୁ ପିସ୍ତଲ ମୁନରେ ୧.୩୭ ଲକ୍ଷ ଟଙ୍କା ଲୁଟ, ୭ ଅଗଷ୍ଟ ୨୦୨୩ରେ ବରଗଡ ଜିଲା ସୋହେଲା ଥାନା ଅର୍ନ୍ତଗତ କାକେ ପେଟ୍ରୋଲ ପମ୍ପରୁ ଅନୁରୂପ ଭାବରେ ୧.୨୩ ଲକ୍ଷ ଟଙ୍କା ଲୁଟ, ଅର୍ଜୁନ ପେଟ୍ରୋଲ ପମ୍ପରୁ ୪ ଲକ୍ଷ ୨୯ ହଜାର ଟଙ୍କାର ଲୁଟ ଓ ରିଲାୟନ୍ସ ପେଟ୍ରୋଲ ପମ୍ପରୁ ୧୩ ହଜାର ୩ ଶହ ଟଙ୍କା ଲୁଟ, ୨୪ ସେପ୍ଟେମ୍ବର ସଦର ଥାନା ଅର୍ନ୍ତଗତ ମାନେଶ୍ୱର ସ୍ଥିତ ମାନ୍ଧାତା ଅଳଙ୍କାର ଦୋକାନରୁ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଲୁଟ ଏବଂ ୧୮ ଅଗଷ୍ଟ ୨୦୨୩ ରେ ସମ୍ବଲପୁର ଜିଲା ବରେଇପାଲି ଥାନା ଅର୍ନ୍ତଗତ ରାମଲାଲ ଝୁନଝୁନୱାଲାଙ୍କ ଘରକୁ ପ୍ରବେଶ କରି ଲୁଟପାଟ ଗୁଡିକରେ ମଧ୍ୟ ସାମିଲ ଥିବାର ଜଣାପଡିଛି। ସମସ୍ତ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ଅଦାଲତକୁ ଚାଲାଣ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଡକାୟତ ମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଏସପି ଶ୍ରୀ ଭାମୁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories