www.samajalive.in
Sunday, December 14, 2025
16.1 C
Bhubaneswar

ଯୁବତୀ ଅପହରଣ ଘଟଣା: ଥାନାରେ ହୋହାଲ୍ଲା କଲେ ଉତ୍ୟକ୍ତ ଲୋକେ

ବିଞ୍ଝାରପୁର : ଯୁବତୀଙ୍କୁ ଅପହରଣ ଘଟଣାକୁ କେନ୍ଦ୍ର କରି ଶାସନ୍ଦା ଗ୍ରାମର କିଛି ମହିଳା ଓ ପୁରୁଷ ଆଜି ଅପରାହ୍ନରେ ବିଞ୍ଝାରପୁର ଥାନାରେ ପଶି ହୋହାଲ୍ଲା କରି ପୁଲିସର ନିଷ୍କ୍ରିୟତା ନେଇ ନାରାବାଜି କରିଛନ୍ତି । ଏପରିକି ଉତ୍ୟକ୍ତ ଲୋକେ ପୁଲିସକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ ଗତ ୨୫ ତାରିଖ ଦିନ ବିଞ୍ଝାରପୁର ଥାନା ଆନ୍ତର୍ଗତ ଶାସନ୍ଦା ଗ୍ରାମର ଶରତ ସ୍ୱାଇଁଙ୍କ ଝିଅ ସଂଘମିତ୍ରା ସ୍ୱାଇଁଙ୍କୁ ଟିଣା ଗ୍ରାମର ପ୍ରହ୍ଲାଦ ନାୟକଙ୍କ ରାକେଶ ଅପହରଣ କରିଥିବା ନେଇ ସଂଘମିତ୍ରା ଙ୍କ ମା ଆଶାଲତା ସ୍ୱାଇଁ ଥାନାରେ ଅଭିଯୋଗ କରିଥିଲେ । ତେବେ ଝିଅ ଅପହରଣକୁ ଦିନ ପରେ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଯୁବତୀଙ୍କୁ ଉଦ୍ଧାର କରିବାରେ ବିଫଳ ହେଉଥିବାରୁ ଆଜି ଶାସନ୍ଦା ଗ୍ରାମର କିଛି ମହିଳା ଓ ପୁରୁଷ ଥାନାରେ ଧସେଇ ପସି ହୋହାଲ୍ଲା କରିଛନ୍ତି । ବିଞ୍ଝାରପୁର ଥାନା ଅଧିକାରିଣୀ ଅଂଶୁମାଳା ଦାସ ଛୁଟିରେ ରହିଥିବାବେଳେ ବିଞ୍ଝାରପୁର ଥାନା ଦାୟିତ୍ବରେ ଥିବା ମଙ୍ଗଳପୁର ଥାନା ଅଧିକାରିଣୀ ଚିନ୍ମୟୀ ଦାସଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ଏମିତି ଘଟିଥିବା ନେଇ ସୂଚନା ଦେଇଛନ୍ତି । ତେବେ ଅପହରଣ ହୋଇଥିବା ଯୁବତୀଙ୍କୁ ପୁଲିସ ଖୁବ ଶୀଘ୍ର ଉଦ୍ଧାର କରିବ ବୋଲି ସେ କହିଛନ୍ତି ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories