www.samajalive.in
Friday, December 12, 2025
15.1 C
Bhubaneswar

୧୦୧ଟି ପୁରୁଣା ସାମଗ୍ରୀ ହସ୍ତାନ୍ତର କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଡେସ୍କ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀରୁ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ ଦ୍ୱାରା ପରିଚାଳିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ସୀମା ଶୁଳ୍କ ବିଭାଗ ଦ୍ୱାରା ଜବତ ପୁରୁଣା ସାମଗ୍ରୀ ଗୁଡ଼ିକର ହସ୍ତାନ୍ତର କରିଛନ୍ତି। ବେଙ୍ଗାଲୁରୁ, ଭୋପାଳ, ଭୁବନେଶ୍ୱର, ଦିଲ୍ଲୀ, ଗୁଆହାଟୀ, ମୁମ୍ବାଇ ଓ ପୁଣେ ଭଳି ୭ଟି ସ୍ଥାନରେ ଏହି ହସ୍ତାନ୍ତର ସମାରୋହ ଅନୁଷ୍ଠିତ ହୋଇଥିଲା।

ଜବତ ହୋଇଥିବା ୧୦୧ଟି ପୁରୁଣା ଜିନିଷକୁ କଷ୍ଟମ୍ସର ବିଭିନ୍ନ କ୍ଷେତ୍ର ସଂସ୍ଥା ପକ୍ଷରୁ ପ୍ରଦର୍ଶିତ ଓ ସ୍ବତନ୍ତ୍ର ଯତ୍ନ ପାଇଁ ଏଏସଆଇକୁ ପ୍ରଦାନ କରାଯାଇଛି। ଏହି ୧୦୧ଟି ପୁରୁଣା ସାମଗ୍ରୀ ମଧ୍ୟରୁ କିଛି ଗୋଆସ୍ଥିତ ଜାତୀୟ ସୀମା ଶୁଳ୍କ ଓ ସିଜିଏସଟି ସଂଗ୍ରହାଳୟ ‘ଧରୋହର’ରେ ପ୍ରଦର୍ଶିତ ହେବ। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ମଧ୍ୟଯୁଗର ଶେଷ ଭାଗର ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି (ପେରୁମାଲ)ଙ୍କୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିଥିଲେ।

- Advertisement -

ଜବତ ପୁରୁଣା ଜିନିଷଗୁଡ଼ିକୁ ଏଏସଆଇକୁ ହସ୍ତାନ୍ତର କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନିଶ୍ଚିତ କରୁଛନ୍ତି ଯେ ଦେଶରୁ ଚୋରି ହୋଇଥିବା କଳାକୃତି ଏବଂ ପୁରୁଣା ବସ୍ତୁକୁ ଭାରତକୁ ଫେରାଇ ଅଣାଯାଉଛି ଯାହା ପାଇଁ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ସାମ୍ପ୍ରତିକ ସମୟରେ ଅନେକ କଳାକୃତି ଏବଂ ପୁରୁଣା ବସ୍ତୁ ଫେରାଇ ଅଣାଯାଇଛି ଏବଂ ଏହି ୧୦୧ଟି ପୁରୁଣା ବସ୍ତୁ ସହିତ କଷ୍ଟମ ବିଭାଗ ଭାରତର ସମୃଦ୍ଧ ଇତିହାସରେ ଯୋଗଦାନ କରୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories