www.samajalive.in
Wednesday, December 10, 2025
23.1 C
Bhubaneswar

ମାଥିଆସଙ୍କୁ ବିବାହ କରିବା ପ୍ରଶ୍ନରେ ରାଗି ଗଲେ ତାପସୀ ପନ୍ନୁ

ନୂଆଦିଲ୍ଲୀ: ବଲିଉଡ ଓ ସାଉଥ୍‍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଚଳଚ୍ଚିତ୍ରରେ ତାପସୀ ପାନ୍ନୁ ଜୀବନ୍ତ ଅଭିନୟ କରି ଲୋକପ୍ରିୟତା ସାଉଁଟିଛନ୍ତି। ଏବେ ସବୁଠି ତାପସୀଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଆଲୋଚନା ହେଉଛି ଯେ ତାପସୀ ଖୁବଶୀଘ୍ର ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ ପଦକ ବିଜେତା ମାଥିଆସ ବୋଙ୍କୁ ବିବାହ କରିବେ। ୧୦ବର୍ଷ ହେଲାଣି ଉଭୟ ଭଲ ବନ୍ଧୁ ଭାବେ ଥିବା ବେଳେ ଦୁହେଁ ଶୀଘ୍ର ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ବିବାହ କରିବାକୁ ନେଇ ତାପସୀଙ୍କୁ ପ୍ରଶ୍ନ ପଚରାଯିବାରୁ ଏଥିରେ ସେ ରାଗି ଯାଇ ବିରକ୍ତି ପ୍ରକାଶ କରିଥିଲେ।
ଏକ ସାକ୍ଷାତକାର ସମୟରେ ତାପସୀ କହିଛନ୍ତି ‘ମୁଁ ମୋର ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ କିମ୍ବା କେବେବି ଦେବୀ ନାହିଁ’। ତେବେ ମାର୍ଚ୍ଚ ଶେଷ ସୁଦ୍ଧା ଦୁହେଁ ବିବାହ କରିବା ନେଇ ଖବର ସାମ୍ନାକୁ ଆସିଛି। ଉଦୟପୁରରେ ଶିଖ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ତାପସୀ ଏବଂ ମାଥିଆସ ବିବାହ କରିପାରନ୍ତି। କିନ୍ତୁ ଏହି ବିବାହ ସମ୍ପର୍କରେ ଉଭୟ ମୁହଁ ଖୋଲିନାହାଁନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories